Jump to content

କଢ଼ାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ାଇବା
ଉଚ୍ଚାରଣ: Kaṟḍ̠ẖāibā
কাড়ান कढ़ाना

ଦେ. କ୍ରି. (ସଂ. କର୍ଷଣ; ପ୍ରା. କଡ଼ଢଣ) ('କାଢ଼ିବା' କ୍ରିୟାର ଣିଜନ୍ତରୂପ) —

୧: ସର୍ବସମକ୍ଷରେ ଦେଖାଇବା —୧. To show; to exhibit.

କଢ଼ାଇଲା ମୋହର ଅମହତ୍ବ ବାରୀ— କୃଷ୍ଣସିଂହ. ମହାଭାରତ. ବନ

୨: ଅନ୍ୟଦ୍ବାରା ବାହାର କରାଇବା — ୨. To cause to be brought out.

ଲୋକଙ୍କ ହାତେ ତାହା କଢାଇ ପକାଇଲେ— କୃଷ୍ଣସିଂହ. ମହାଭାରତ. ଆଦି

୩: ବାଟ କଢ଼ାଇବା; ଆଗେ ଆଗେ ଚାଲି ପଛରେ ଥିବା ବ୍ୟକ୍ତିଙ୍କୁ ବାଟ ଦେଖାଇବା — ୩. To guide; to lead the way.

ପ୍ରଭୁ ନିତ୍ୟକର୍ମ ବଢାଇଲେ, ମୁନି ଆଗେ ପଥ କଢ଼ାଇଲେ ବିଶ୍ବନାଥ—ବିଚିତ୍ରରାମାୟଣ

୪: (ଦଃଖ; କଷ୍ଟ) ଦୂର କରାଇବା — ୪. To remove (sorrow, pain etc).

ପଛେ ପର୍ଣ୍ଣାଦଙ୍କର କହିବାର କଥା, କହି କଢ଼ାଇବୁ ତାହାଙ୍କ ହୃଦ ବ୍ଯଥା କୃଷ୍ଣସିଂହ. ମହାଭାରତ. ବନ