କଣ୍ଟକାରିକା
ଦେଖଣା
କଣ୍ଟକାରିକା —
ଉଚ୍ଚାରଣ: Kaṇṭakārikā
ସଂ. ପର୍ୟ୍ୟାୟ—କଣ୍ଟାକରିକା,
କଣ୍ଟକାରୀ, ଦୁଃସ୍ପର୍ଶା, କ୍ଷୁଦ୍ରା,
ବ୍ୟାଘ୍ରୀ, ନିଦିଗ୍ଧିକା,
କଣ୍ଟାଳିକା, କଣ୍ଟାକିନୀ,
ଧାବନୀ, ବୃହତୀ কটেকার कुराटलि, लघुकटाइ,
रेड्ङगनी, भटकटेया ତେ: ରେବଟୀ ମୁଲଙ୍ଗ,
ବ୍ରାକୁଡ଼ିଚେଟ୍ଟୁ
ତା: ନେଲ୍ଲଗୁଲ୍ଲୁ
ମ: ଭୁଇଁ ରିଙ୍ଗଣୀ
ସଂ. ବି. (କଣ୍ଟକାରି+ସ୍ବାର୍ଥେ. କ+ସ୍ତ୍ରୀ. ଆ) —
ଅଙ୍କରାନ୍ତି; ଭେଜିବାଇଗଣ —Solanum. Xanthocarpum (plant).
[ଦ୍ର—ବଙ୍ଗନାଦିବର୍ଗର କଣ୍ଟକଯୁକ୍ତ ଲଟାଳିଆ ଗୁଳ୍ମ ଏହା ଭୁଇଁରେ ମାଡ଼େ, ପତ୍ର ସାନ ସାନ ବାଇଗଣ ପତ୍ର ପରି ଏହାର ପତ୍ର ଓ ଡେମ୍ଫ କଣ୍ଟାଯୁକ୍ତ ଏହା ସାରକ, ତିକ୍ତକଟୁରସ, ଅଗ୍ନି— ଦୀପକ, ଲଘୁ, ଊକ୍ଷ, ଉଷ୍ଣବୀର୍ୟ୍ୟ ଓ ପାଚକ, ଏହା କାସ, ଶ୍ବାସ, ଜ୍ବର, କଫ, ବାୟୁ; ପ୍ରୀନସ୍, ପାର୍ଶ୍ବଶୂଳ, କୃମି ଓ ହୃଦ୍ରୋଗ— ନିବାରକ]