Jump to content

କଣ୍ଟାକୁସୁମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାକୁସୁମ
ଉଚ୍ଚାରଣ: Kaṇṭākusuma
ସଂ. ପର୍ୟାୟ—କଟୁପର୍ଣ୍ଣୀ,

ସ୍ବର୍ଣ୍ଣକ୍ଷୀରୀ; ହୈମବତୀ; ହେମକ୍ଷୀରୀ,

ହୀମାବତୀ, ହେମା, ହେମାହ୍ବା,

ପୀତଦୁଗ୍ଧା, କ୍ଷୀରୀଣୀ শিআল, শিআকাঁটা,

শিআলকাঁটা, ষ্বর্নক্ষীরী शतगनाशी, कटेरी,

भरेबन्दपिसोला ମ. କାଲ୍ଟେଧୋତ୍ରା

ତା. ବ୍ରହ୍ମଦଣ୍ଡୁବିରଇ

ତେ. ଚିକ୍କଣିକେୟ

ଗ. ଦାରୁଡ଼ି

ଦେ. ବି. (ସଂ କଣ୍ଟକ+ କୁସୁମ)=

୧: ବବୁର ଗଛ (ଦେଖ) ୧. Acacia (tree)

୨: ଅଗରା ଗୁଳ୍ମ — ୨. Gamboje Thistle or mexican poppy; Alpinia; Argemone Mexicana.

[ଦ୍ର—ପଡ଼ିଆ ଓ ବିଲରେ ଖରାଦିନେ ଉଠିଥିବା ବର୍ଷାୟୁ କଣ୍ଟକ ଗୁଳ୍ମବିଶେଷ ଏହାର ଡେମ୍ଫ ଧଳା, ପତ୍ର ଆଶୁକ୍ଳ, ଦନ୍ତୁର ଓ କଣ୍ଟକଯୁକ୍ତ; ଫୁଲ ଷଟ୍ଦଳ ଓ ହଳଦିଆ ଏ ଗଛର ସ ହଳଦିଆ; ଫଳ କଣ୍ଟକାକୀର୍ଣ୍ଣ ବାଇଗବା ଫଳ ପରି ଏହାର ମଞ୍ଜି କଳାଜୀରା ପରି ଏ ମଞ୍ଜିରୁ ତେଲ ବାହାରେ ଏ ଗୁଳ୍ମର ନିର୍ୟାସ ଓ ମଞ୍ଜିର ତେଲ କାଛୁରେ ଲଗାଯାଏ

ଏହାର ମୂଳ (ସଂ . ଚୋକ) ତିକ୍ତ, ରେଚକ, ଭେଦକ, ଉତ୍— କ୍ଳେଶଜନକ ବା ବମନବେଗକାରକ ଏହା କୃମି, କଣ୍ଡୁ, ବିଷ— ଦୋଷ, ଅନାହ, କଫ, ରକ୍ତପିତ୍ତ ଓ କୁଷ୍ଠନାଶକ ]