Jump to content

କଣ୍ଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟିବା
ଉଚ୍ଚାରଣ: Kaṇṭibā
মাপকরা नापना

ଦେ. କ୍ରି. —

୧: ମାପିବା —୧. To measure; to take the dimensions of.

୨: କୈଣସି ଅଳଂକାର, ୟୋତା ବା କୁର୍ତ୍ତା ଦେହକୁ ଠିକ୍ରୂପେ ହେଉଛି କି ନାହିଁ ଏହା ଦେଖିବା —୨. To put on a coat or ornament etc to see if it fits the body.

୩: ଝାଳ ବହିବାର ଉପକ୍ରମ ହେବା —୩. To tend to sweaten; to begin to perspire.

(ଯଥା—ତା ଦେହରେ ଝାଳ କଣ୍ଟି ଆସିଲାଣି)

କଣ୍ଟି ହୋଇଲା କପୋଳ ଭ୍ରୂ ସନ୍ଧିକି ଲୁଚି ଲୁଚି ଯାଏ ବେନି ଡୋଳ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି

୪: କଚ୍ଛିବା —୪. To see if one thing exactly fits into another; to compare.

କେ ଉଚ୍ଚ ଆଣ୍ଟ ବଡ଼ ସାନ, ଭରଜ କଣ୍ଟି ଦେବା ଆଣ ଭୂପତି. ପ୍ରେମପଞ୍ଚାମୃତ

୫: ଦଂଶିବା; କାମୁଡ଼ିବା —୫. To bite.