କଣ୍ଠା
ଦେଖଣା
କଣ୍ଠା —
ଉଚ୍ଚାରଣ: Kaṇṭhā
कंठा
गान्ठा; भड़री
कांठा; कंठा
कंठा
ସଂ. ବି. ସ୍ତ୍ରୀ. (କଣ ଧାତୁ=ଶବ୍ଦ କରିବା+କରଣ. ଠ+ ସ୍ତ୍ରୀ. ଆ) —
ଗଳଦେଶ; ଗଳା; ତଣ୍ଟି —Throat.
ଦେ. ବି. (ସଂ. କଣ୍ଠ) —
୧: କଣ୍ଠାଭରଣବିଶେଷ; ବେକର ହାର —୧. A kind of necklace with large beads.
୨: ଭିତରେ ମଲା ଚାଉଳ ଥିବା ରଦି ଧାନ; ମଲା ଧାନ; ଭିତରେ ପ୍ରାୟ ଶସ୍ୟ ନ ଥିବା ଧାନ — ୨. Grainless paddy.
୩: ବଡ଼ ଗୋଲାକାର କଣ୍ଠୀ —୩. A large bead.
୪: ବୟସ୍କ ଶୁଆପକ୍ଷୀଙ୍କ ବେକ ଚାରିପାଖେ ଦେଖାୟିବା ନାଲିନେଳି ରେଖା —୪. A red and blue line appearing round the neck of grown up parrots.
୫: (ଦରଜୀଙ୍କର ଭାଷା)—କୁର୍ତ୍ତାର ବେକ ଚାରିପାଖେ ବୁଲିବା ପଟି; କାଲର୍ —Collar of a coat or shirt.