Jump to content

କତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତି
ଉଚ୍ଚାରଣ: Kati

ସଂ. ସର୍ବନାମ ଓ ବିଣ (କିମ୍+ ପରିମାଣାର୍ଥେ. ଅତି) —

୧: କେତେ ଜଣ —୧. How many?

୨: କେତେ ପରିଣାମ —୨. How much?

୩: କେତେ —୩. What much?

୪: କେତେକ —୪. Some.

পাশ नजदीग

ଦେ. ବି. —

୧: ପାର୍ଶ୍ବ; ପାଖ — ୧. Side.

ଏକମାତ୍ର ଚିତ୍ରରେଖା କତିରେ ଥାଇ ଶିଶୁଶଙ୍କର ଉଷାଅଭିଳାଷ

୨: ନୈକଟ୍ୟ —୨. Proximity; vicinity.

କାହାକୁ ଭେଟିବି ମୁହିଁ ୟିବି କାହା କତି ମାଘପୁରାଣ

୩: (ସଂ. କୃତ ଧାତୁ= କାଟିବା)—ଦାଆ ବା କୋଡ଼ିଦ୍ବାରା ହିଡ଼ର ପାଖମାନ କାଟିବା — ୩. Scraping of the sides of the ridge of a paddy-field with spade.

ପ୍ରାଦେ. (ୟାଜପୁର) ବି —

ଯେଉଁ ସ୍ଥାନର ନିକଟ ବୁଝାଏ ସେହି ସ୍ଥାନ —The place (itself)

(ଯଥା— ଘରକତିକି ୟିବି=ଘରକୁ ୟିବି)

পাশে; কাছে नजदीग

ଗ୍ରା. ଅ. —

୧: ନିକଟକୁ —୧. To; near.

୨: ନିକଟରେ; ଠାରେ; ଋOଖରେ — ୨. Near; at.