Jump to content

କଥା ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ହେବା
ଉଚ୍ଚାରଣ: Kathā hebā
কথা হওয়া बातचितहोना

ଦେ. କ୍ରି —

୧: ପରସ୍ପର ମଧ୍ୟରେ ଶେଷ ଜବାବ କରିବା; ପରସ୍ପର ମଧ୍ୟରେ ଚୁକ୍ତି ହେବା — ୧. To enter into a contact or pact or understanding.

ଯେଉଁ ଦ୍ବିଜଟି ପୂର୍ବେ ଥିଲେ କଥା ହୋଇ, ସେ ସମୟରେ ମୋତେ ଦେଖାଦେଲେ ଯାଇ—କୃଷ୍ଣସିଂହ. ମହାଭାରତ. ବନ

୨: କଥାବାର୍ତା ହେବା — ୨. To talk; to converse.

ବୁଡ଼ିଗଲେ ଆନନ୍ଦରସେ କଥା ହୋଇ—କୃଷ୍ଣସିଂହ. ମହାଭାରତ. ବନ

୩: ପରାମର୍ଶ କରିବା —୩. To consult.

ଶୃଗାଳ ଶୃଗାଳୀ ବେନି ହୁଅନ୍ତେ ଯେ କଥା—ସାରଳା, ମହାଭାରତ

ଦେ. ବି —

(କୌଣସି ବିଷୟ) କଥାବାର୍ତ୍ତାଦ୍ବାରା ସ୍ଥିରୀକୃତ ହେବା — (a matter) Being settled after a talk.