କଦମ୍ବ
କଦମ୍ବ —
ଉଚ୍ଚାରଣ: Kadamba
ସଂ.
ପ୍ରିୟକ; ହଳିପ୍ରିୟ
ନିପ; ବୃତ୍ତପୁଷ୍ପ
ସଂ. ବି. (କଦ୍ ଧାତୁ= ବିସ୍ତୀର୍ଣ୍ଣ ହେବା; ବ୍ୟାକୁଳ ହେବା+ ଅମ୍ବଚ୍, ବା କଦଂ=ବର୍ଷାକାଳକୁ+ବା ଧାତୁ= ବୋଧ କରିବା+ଅ) —
୧: ବର୍ଷାକାଳରେ ଫୁଟିବା ଲେମ୍ବୂ ପରି ଏକ ଜାତିୟ ଗୋଳାକାର ଓ ଚତୁର୍ଦ୍ଦିଗରେ, କେଶରବିଶିଷ୍ଟ ଫୁଲ ଓ ତହିଁର ଗଛ —
কদম
कदम
ଗୁ. କଦମ୍ବ
ଆ. କଦମ୍
ମ. ରାଜକଦମ୍ବ
ତେ. କଡ଼ିମି
ତା. କଡ଼ଉ; କଦମ୍ବ
A species of tree flowering in the
rainy season and its flower; Anthocephalus Cadamba (Haines).
[ ଦ୍ର—ଏହା ମଧୁର, କଷାୟ—ଲବଣରସ, ଶୀତବୀର୍ୟ୍ୟ, ଗୁରୁ, ସାରକ, ବିଷ୍ଟମ୍ଭକାରକ, ରୁକ୍ଷ; ଏହା କଫ, ସ୍ତନ୍ୟ ଓ ବାୟୁଜନକ]
୨: ସମୂହ — ୨. Collection; multitude.
କାନ୍ତା କଦମ୍ବ ହୋଇ ଏକମେଳ କଲେ ଦର୍ଶନ ଯାଇ ନନ୍ଦବାଳ ଦୀନକୃଷ୍ଣ. ରସକଲ୍ଲାଳ
୩: ପହ୍ଲ; ଦଳ; ପଞ୍ଚା —୩. Group; swarm; party.
୪: ସର୍ଷପ; ସୋରିଷ —୪. Mustard.
୫: (ଜ୍ୟୋତିଷପରିଭାଷା). ରବିମାର୍ଗର ଉତ୍ତର ଦକ୍ଷିଣରେ ଥିବା ମେରୁବିନ୍ଦୁଦ୍ବୟ — ୫. (Astronomy) Poles of the ecliptic
ଦେ. ବି —
ଦୈତ୍ୟବିଶେଷ — Name of a demon.
କଦମ୍ବ କଦମ୍ବତଳେ ନାଶିଲେ ରାମ ଅଭିମନ୍ୟୂ. ବିଦଗ୍ମଚିନ୍ତାମଣି
ଦେ. ବିଣ —
ଆନନ୍ଦରେ କଦମ୍ବଫୁଲ ପରି ରୋମୋଦ୍ଗତ; ହର୍ଷୋତ୍ଫୁଲ୍ଲ —Horripilated with sudden joy.