Jump to content

କନିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନିଆଁ
ଉଚ୍ଚାରଣ: Kaniāñ
কন্যে कुआँरी

ଗ୍ରାମ୍ୟ (ପଦ୍ୟ) ବି. ସ୍ତ୍ରୀ. (ସଂ. କନ୍ୟା; କନାୟସୀ) —

୧: କୁମାରୀ; ଅବିବାହିତା ବାଳିକା — ୧. Maid; virgin.

ସେ ସତ୍ୟବତୀଙ୍କର କନିଆଁ କାଳରେ କୃଷ୍ଣସିଂହ. ମହାଭାରତ. ଆଦି

কন্যা वनरी, दुल्हीन

୨: ବର ପାଇ ପ୍ରସ୍ତାବିତା କନ୍ୟା — ୨. A bride elect.

ଆପଣ ସଦୃଶେ କନିଆ ନ ପାଇଲେ କୃଷ୍ନସିଂହ. ମହାଭାରତ. ବନ

୩: ନବବିବାହିତା ବଧୂ —୩. Bride.

୪: ପୁରୁଷର ପ୍ରଥମ ସ୍ତ୍ରୀ ମଲା ପରେ ସେ ୟାହାକୁ ବିଭା ହୁଏ; ଦ୍ବିତୀୟ ବା ତହିଁ ପର ଭାର୍ଯ୍ୟା — ୪. The wife of a person after the death of the first wife.

୫: ଅପ୍ରାପ୍ତବୟସ୍କା ବାଳିକା —୫. Unmatured girl.

୬: ଦୁହିତା —୬. Daughter.

ୟୁଗପ୍ରାନ୍ତେ ମନକୁ କନିଆଁଏ ବର କରିଣ ବିଭା ହେବେ ହେବାକୁ ସଂସାର କୃଷ୍ନସିଂହ ମହାଭାରତ. ବନ

ବିଣ. ସ୍ତ୍ରୀ —

ଦ୍ବିତୀୟ ବାର ବା ତହିଁ ପରେ ବିବାହିତା (ଭାର୍ଯ୍ୟା) — (wife) Married after the death of one's first wife.

ପ୍ରାଦେ. (ସମ୍ବଲପିର) ବି. ସ୍ତ୍ରୀ. —

ଭାର୍ଯ୍ୟା —Wife.

ପ୍ରାଦେ. (ମେଦିନିପୁର) ବି —

ଏଣ୍ଡଳା ମାଛ — A kind of fish.