Jump to content

କନିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନିକା
ଉଚ୍ଚାରଣ: Kanikā
ସଂ. ଜୟପାଳ; କନକଫଳ,

ଦନ୍ତୀବୀଜ; ତିନ୍ତିଡ଼ିଫଳ জয়পাল जमालगाटा ମ. ଜେପାଲ

ପୁ. ନେପାଳେ

ଆ. ହବୁସ୍ସଲୋତୀନ

ଫା. ତୁଖମେବେଂଦଂ;

ଜୀରଖତାଇ

ତେ. ନେପାଳମୁ

ଦେ. ବି. (ସଂ. ମଳଦ୍ରବୀ; ଘଣ୍ଟାବୀଜ) —

୧: ଜୟାପାଳ ମଞ୍ଜି — ୧. Purging croton-seed Uolium Crotonio.

[ଦ୍ର—ଏ ମଞ୍ଜି ବିରେଚକ, ପିତ୍ତ ଓ କଫନାଶକ; ଏହା ଜୁଲାପ୍ ରୂପେ ବ୍ୟବହୃତ ହୁଏ]

୨: ବାଲେଶ୍ବର ଓ କଟକ ସମୁଦ୍ରଉପକୂଳସ୍ଥ ମୋଗଲବନ୍ଦିଅନ୍ତର୍ଗତ ଜମିଦାରୀବିଶେଷ — ୨. An estate on the coast of Bay of Bengal (in the District of Cuttuck and Balasore)

[ଦ୍ର—ପୂର୍ବେ ଏହି ରାଜ୍ୟ ମଧ୍ୟରେ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଥିଲା ସମୁଦ୍ର ଉପକୂଳରୁ ଜଳଦସ୍ୟୁ— ଦମନ ଓ ଶତ୍ରୁ ଆକ୍ରମଣରୁ ଦେଶ ରକ୍ଷା ଏହି ରାଜାଙ୍କର କାର୍ଯ୍ୟ ଥିଲା ପ୍ରାୟ ୧୨: ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବଙ୍କ ରାଜତ୍ବ—

କାଳରେ ମୟୂରଭଞ୍ଜର ଜଣେ ରାଜପୁତ୍ର ବର୍ତ୍ତମାନ ଇଲାକା ଛାମୁକାରେ ରାଜତ୍ବ ଆରମ୍ଭ କରିଥିଲେ—କୃପାସିନ୍ଧୁ. ଉତ୍କଳ ଇତିହାସ]

୩: ଏକ ପ୍ରକାର ମୋଟା ଧାନ — ୩. A species of coarse paddy.