କନ୍ଦ
କନ୍ଦ —
ଉଚ୍ଚାରଣ: Kanda
ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) —
୧: କନ୍ଦମୂଳ; ଖାଦ୍ୟମୂଳବିଶେଷ — ୧. A Sweet edible root-bulb.
୨: ଗୋଲ ବା ଲମ୍ବ ମୂଳ — ୨. Long or bulbuous root.
୩: (କଂ=ଜଳ+ଦା ଧାତୁ+କର୍ତ୍ତୃ. ଅ)—ମେଘ — ୩. Cloud.
୪: ସକରକନ୍ଦ (ଦେଖ) — ୪. Sakarakanda (See)
୫: ଓଲୁଅ —୫. Arum.
୬: କର୍ପୂର —୬. Camphor.
୭: ଯୋନିରୋଗବିଶେଷ; ସ୍ତ୍ରୀଲୋକମାନଙ୍କର ପଦ୍ମ ବାହାରି— ପଡ଼ିବା ରୋଗ — ୭. Prolapsus uteria; a female disease consisting of the unterus coming out at the vagina.
୮: ନଡ଼ିଆ ପ୍ରଭୃତି ଗଛର କଢ଼ର କୋମଳତମ ଅଂଶ — ୮. Softest part of a tree of the cocoanut- species whence new branches come out.
দলুয়া, দোলো; কন্দ
खाँड़
ଦେ. ବି —
୧: ଅସଭ୍ୟ ଅାର୍ୟ୍ୟ ଜାତିବିଶେଷ; କନ୍ଧ ଜାତି — ୧. A non-Aryan tribe inhabiting the Ganjam and Orissa-Hills.
୨: ନବାତ; ଗୁଡ଼ବିକାର —୨. Refined molasses; brown sugar.
୩: କନ୍ଦର —୩. Cave.
କୈଳାଶ ଗିରି କନ୍ଦେ ଯାଇ, ରହିଲେ ଦିଗାମ୍ବର ହୋଇ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
୪: ଦୁଃଖ —୪. Sorrow; grief.
ବହି ମହୀ ମନ୍ଦ ଦ୍ବନ୍ଦ ଛନ୍ଦ କନ୍ଦ କହି ନୋହେ ତାହି ବହି ଭଞ୍ଜ. ବୈଦେହୀଶବିଳାସ
୫: ମୂଳ; କାରଣ (ଯଥା—ଆଦିକନ୍ଦ) —୫. Root; cause.
୬: (ଜ୍ଞନର) ମୂଳ —୬. Root (of knowledge).
ଶୁଣ ବାବୁ ନିରାକାର ବ୍ରହ୍ମଭେଦ କନ୍ଦ, ଯେଉଁ ରୂପେ ବିହରୁଛି ଅନାଦିତ କନ୍ଦ ପ୍ରାଚୀ—ବ୍ରହ୍ମ—ନିରୂପଣ ଗୀତା
ଦେ. ବିଣ. —
ଶ୍ରେଷ୍ଠ; ଉତ୍କୃଷ୍ଟ —Excellent.
ଅଶେଷ ବ୍ରହ୍ମାଣ୍ଡ ଭୁରୁହ କଦ, ତଥିରେ ବିଜୟ ପରମାନନ୍ଦ ପ୍ରାଚୀ. ଉଷାଅଭିଳାଷ