Jump to content

କନ୍ଦରାପଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କନ୍ଦରାପଡ଼ା
ଉଚ୍ଚାରଣ: Kandarāpaṟḍ̠ā
কেন্দ পাড়া

ଦେ. ବି. (ସଂ. କନ୍ଦରାସୁର+ପୁର) —

କେନ୍ଦ୍ରାପଡ଼ା କଟକ— ଜିଲ୍ଲାରେ କେନ୍ଦ୍ରାପଡ଼ାନାମକ ସବ୍ଡିଭିଜନ୍ ଓ ନଗର —A subdivision and town of that name (Kendrāpaṟḍ̠ā) in the district of Cuttuck.

[ ଦ୍ର—ଏହିଠାରେ ଲଳିତିଗିରିବାସୀ କନ୍ଦରାସୁରକୁ ସଂହାର କରି ବଳରାମ ତାହାର କନ୍ୟା ତୁଳସାକୁ ବିବାହ କରି ଥିବାର ସ୍ଥାନୀୟ କିମ୍ବଦନ୍ତୀ ଅଛି ଏହିହେତରୁ ଏହା ତୁଳସୀକ୍ଷେତ୍ର ବୋଲି ପ୍ରସିଦ୍ଧ ଏଠାରେ ପ୍ରସିଦ୍ଧ ଦେବତା 'ବଳରାମ ଜୀଉ'ଙ୍କ ତଳେ ବହୁତ ସମ୍ପତ୍ତ ଖଞ୍ଜା ଅଛି ତାହା ପରିଚାଳନ କରିବାପାଇଁ କଟକର ଜଜ୍ଙ୍କ ନିଯୁକ୍ତ ଗୋଟିଏ ଦେବୋତ୍ତର—କମେଟି ଅଛି ପ୍ରସିଦ୍ଧ ଦାନୀ ଓ ବୈଷ୍ଣବଭକ୍ତ ସ୍ବର୍ଗୀୟ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଂଶଧର ଜମିଦାରମାନେ ଏଠାରେ ବାସ କରନ୍ତି ଏହା ଗୋବରୀ ନଦୀ କୂଳରେ ଅବସ୍ଥିତ କଟକ ଜିଲ୍ଲାର ସବ୍ଡିଭିଜନ୍ ଓ ସବ୍ଡିଭିଜନ୍ ର ରାଜଧାନୀର ମଧ୍ୟ ଏହି ନାମ ]