କନ୍ଦା
ଦେଖଣା
କନ୍ଦା —
ଉଚ୍ଚାରଣ: Kandā
মাথি, মাথী
কাঁদা
रान्दा
ଦେ. ବି. (ସଂ. କନ୍ଦ) —
୧: ଖାଦ୍ୟ ମୂଳ — ୧. Edible bulbuous roots.
୨: ପଇଡ଼ର ପୂର୍ବଅବସ୍ଥାର ନଡ଼ିଆ — ୨. Very raw cocoanut fruit.
୩: (ସଂ. ସ୍କନ୍ଧ)— ନଡ଼ିଆ ପ୍ରଭୃତି ବୃକ୍ଷସ୍ଥନ୍ଧର କୋମଳ ଅଂଶ — ୩. The soft parts on the top of trees of cocoanut species.
[ ଦ୍ର—ଏହା ଖାଇବାକୁ ସୁସ୍ବାଦ ଓ ଶରୀର ପ୍ରତି ହିତକର]
୪: ଥୋଡ଼ର ପୂର୍ବ ଅବସ୍ଥାରେ ଥିବା ଗର୍ଭସ୍ଥ ଧାନ — ୪. Paddy before coming out of the ear.
୫: ଅଙ୍ଗୁଳିଆଦି ସନ୍ଧି ସ୍ଥାନରେ ଜାତ ହେବା ଚର୍ମରୋଗବିଶେଷ; ବିଇଞ୍ଚ —୫. Eczima.
୬: ମାଛର ପତକା; ଛୋଟ ମାଛ —୬. A small fish.
(ଯଥା—କନ୍ଦା ବାଳିଆ=ସାନ ବାଳିଆ ମାଛ)
୭: (ସଂ. କ୍ରନ୍ଦନ)— କ୍ରନ୍ଦନ; କାନ୍ଦ — ୭. Lamination; wailing; weeping.
୮: ଚିଲିକାର ଏକ ପ୍ରକାର ମାଛ — ୮. A kind of fish (in the Chilka lake).