କନ୍ଧଭାଷା
ଦେଖଣା
କନ୍ଧଭାଷା —
ଉଚ୍ଚାରଣ: Kandhabhāshā
ଦେ. ବି —
ଅନାର୍ୟ୍ୟ କନ୍ଧମାନଙ୍କ କଥିତଭାଷା — The language spoken by the Khonds.
[ ଦ୍ର— କନ୍ଧମାଳ, ଅନୂଗୂଳ, ପାଟଣା, କଳାହାଣ୍ଡି, ଘୂମୂସର ଓ ବିଶାଖାପାଟଣାବାସୀ ପାଞ୍ଚ ଲକ୍ଷ କନ୍ଧ ଏହି ଭାଷାରେ କଥାବାର୍ତ୍ତା କରନ୍ତି ଏହି କନ୍ଧଭାଷା କନ୍ଧ, କୁଇ, କୋଣ୍ଡା, କୋଣ୍ଡାଦୋରା, କୋଣ୍ଡାକାପୁ, କୋଟୁ ଓ ଦୋରା ପ୍ରଭୃତି ବିଭିନ୍ନ ନାମରେ ଅଭିହିତ ହୁଏ ଏହା ଦ୍ରାବିଡ଼ୀୟ ଶାଖାର ଅନ୍ତର୍ଗତ ଏହା କେବଳ କଥିତ ଭାଷାରୂପେ ଚଲୁଥିଲା ଏବଂ ଏ ଭାଷାରେ ପୂସ୍ତକାଦି ପ୍ରଣୀତ ହୋଇ ନ ଥିଲା ଏବେ ପ୍ରାଦ୍ରୀମାନେ ଇଂରାଜି ଅକ୍ଷର ସାହାଯ୍ୟରେ ଏ ଭାଷାରେ ପୂସ୍ତକମାନେ ରଚନା କରୁଅଛନ୍ତି]