କନ୍ଯକା
କନ୍ୟକା —
ଉଚ୍ଚାରଣ: Kanyakā
ସଂ. ବି. ସ୍ତ୍ରୀ. (କନ୍ୟା+ସ୍ବାର୍ଥେ କ+ଆ) —
୧: କନ୍ୟା; ପୁତ୍ରୀ; ଝୁଅ —୧. Daughter.
୨: କୁମାରୀ; ଅବିବାହିତା ବାଳିକା — ୨. Virgin; maiden; unmarried girl.
୩: ନବବିବାହିତା ବାଳିକା —୩. Bride recently, married.
୪: ବାଳିକା —୪. Girl.
୫: ଦଶବର୍ଷବୟସ୍କା ଅବିବାହିତା କୁମାରି — ୫. Unmarried girl aged ten years; a girl in her ୧୦th year.
[ ଦ୍ର—କନ୍ୟକା ସମ୍ବନ୍ଧେ ସ୍ମୃତିବଚନ —
ଅଷ୍ଟବର୍ଷା ଭବେତ୍ ଗୌରୀ, ନବବର୍ଷା ଚ ରୋହିଣୀ ଦଶମେ କନ୍ୟକା ପ୍ରୋକ୍ତା ଅତଊଦ୍ଧ୍ଵଂ ରଜସ୍ବଳା— ଶବ୍ଦକଳ୍ପତ୍ରମ]
୬: କୁମାରିକାଅନ୍ତରୀପ ଓ ତନ୍ନିକଟବର୍ତ୍ତୀ ଦେଶ — ୬. Cape Comorin and the neghbouring country.
କର୍ଣ୍ଣାଟ ମରିଚ ପୂଗ କନ୍ୟକାର ଏକା— ନିଳକଣ୍ଠ ପ୍ରଣୟନୀ. ୪: ର୍ଥ ସର୍ଗ
୭: ଅଳଙ୍କାରଶାସ୍ତ୍ରରେ ନାୟିକାବିଶେଷ — ୭. A class of heroines in dramas.
୮: କନ୍ୟା ରାଶି — ୮. One of the solar mansions in Hindu astronomy; the Virgo.
ଦେ. ବି. (ସଂ. କାନ୍ୟକୁବ୍ଜ) —
ଦେଶବିଶେଷ; କନ୍ୟକୁବ୍ଜ— Name of a country.
କୋଶଦେଶରୁ ଭୀମ ଥାଟକୁ ଚଳାଇ, କନ୍ୟକା ଦେଶେ ପ୍ରବେଶ ହୋଇଲେକ ପାଇଁ ସାରଳା ମହାଭାରତ