Jump to content

କପାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପାଳ
ଉଚ୍ଚାରଣ: Kapāḻa

ସଂ. ବି. (କ=ମସ୍ତକ+ପାଳି ଧାତୁ=ରକ୍ଷା କରିବା+କର୍ତ୍ତୃ. ଅ) —

୧: ମୁଣ୍ଡର ଖପୁରି — ୧. Skull; cranium.

୨: ଲଲାଟ; ଭାଲ —୨. Brow; forehead.

ଅର୍ଜୁନର କପାଳୁ ତ୍ରିପଣ୍ଡ ଝାଳ ଗଳି—ସାରଳା. ମହାଭାରତ

୩: ଅଦୃଷ୍ଟ; ଭାଗ୍ୟ —୩. Destiny; luck; fate.

(୧: ) ବିରାଡ଼ି କପାଲକୁ ଶିକା ଛିଣ୍ଡିବା ନ୍ୟାୟ—ଢଗ

(୨: ) କପାଳେ ନ ଥିଲେ ଭୂପାଳେ ନ ଦିଅନ୍ତି—ଢଗ

୪: କଳସର ନିମ୍ନାର୍ଦ୍ଧ — ୪. The lower half of a water-jug.

୫: ବଡ଼ ଖପରା — ୫. A large broken piece of earthenware.

୬: ଭିକ୍ଷାପାତ୍ର —୬. Beggar's bowl.

୭: ଡ଼ିମ୍ବର ଖୋଳ; ଅଣ୍ଡକପାଳ — ୭. The shell of an egg.

୮: ସମୁହ —୮. Collection.

୯: କୁଷ୍ଠରୋଗବିଶେଷ —୯. A kind of leprosy.