କପାଳଲିଖନ
ଦେଖଣା
କପାଳଲିଖନ —
ଉଚ୍ଚାରଣ: Kapāḻalikhana
ସଂ. ବି.—(୭: ମୀ ତତ୍; କପାଳ+ଲିଖନ) —
ଅଦୃଷ୍ଟ— ଲେଖନ; ୟାହା ଭୋଗ କରିବାକୁ ମନୁଷ୍ୟର କପାଳରେ ବିଧାତା ଲେଖିଥାଏ — Preordinance of God.
[ଦ୍ର—ମନୁଷ୍ୟର ଜନ୍ମ ହେବା ପୂର୍ବରୁ ତାହାର କପାଳରେ ବିଧାତା ତାର ଇହକାଳର ଭୋଗାଭୋଗ ମନୁଷ୍ୟର ଅବୋଧ୍ୟ ଲିପିରେ ଲେଖି ଥାଆନ୍ତି ତଦନୁସାରେ ସେ ସଂସାରରେ ସୁଖ— ଦୁଃଖାଦି ଭୋଗ କରେ ବୋଲି ପୁରାଣମାନଙ୍କରେ କଥିତ ଅଛି]