କପିଳମୁନି
କପିଳମୁନି —
ଉଚ୍ଚାରଣ: Kapiḻamuni.
ସଂ. ବି. —
୧: କୋପଦୃଷ୍ଟିରେ ସଗରପୁତ୍ରଙ୍କୁ ଭସ୍ମୀଭୂତ କରିଥିବା ମୁନି — ୧. Name of a sage who destroyed the sons of Sagara by his angry look.
୨: ସାଂଖ୍ୟଦର୍ଶନ—ପ୍ରଣେତା ମୁନି — ୨. Name of the author of the Sāṁkhya system of Hindu philosophy.
[ ଦ୍ର—ପ୍ରଥମ କପିଳଙ୍କ ଆଶ୍ରମ ଗଙ୍ଗାସାଗର ସଙ୍ଗମରେ ଗୋଟିଏ ଟାପୁରେ ଥିଲା ବୋଲି ଲୋକେ ନିର୍ଦ୍ଦେଶ କରନ୍ତି ଏ ଦେବହୁତିଙ୍କ ଗଭରେ କର୍ଦ୍ଦମ ପ୍ରଜାପତିଙ୍କ ଔରସରେ ଜନ୍ନିଥିଲେ ଓ ବାଲ୍ୟକାଳରୁ ବିଶେଷ ଜ୍ଞାନୀ ଥିଲା ପୁରାଣରେ କଥିତ ଅଛି ଯେ ସଗରରାଜାଙ୍କ ପୁତ୍ରମାନେ ୟଜ୍ଞାଶ୍ବ ଖୋଜିବାକୁ ଯାଇ ଏହାଙ୍କ ଆଶ୍ରମରେ ପହଞ୍ଚି ସେଠାରେ ଅଶ୍ବକୁ ଦେଖି ଏହାଙ୍କୁ ମିଥ୍ୟାରେ ଅଶ୍ବାପହାରକ ବୋଲି ଦୋଷ ଦେବାରୁ ଏ ରୁଷ୍ଟ ହୋଇ ଅଭିଶାପ ଦେଲେ ଓ ଉକ୍ତ ଅଭିଶାପ ଫଳରେ ସଗରଙ୍କର ଷାଠିଏ ହଜାର ପୁତ୍ର ଭସ୍ମୀଭୂତ ହେଲେ ସାଂଖ୍ୟକାର କପିଳମୁନି ଓ ସଗରପୁତ୍ରଙ୍କୁ ଧ୍ଵଂସ କରିଥିବା କପିଳ ମୁନି ଏକ ବ୍ୟକ୍ତି ନୁହନ୍ତି ଏମାନେ ଏକ ନାମର ଦୁଇ ଜଣ ଭିନ୍ନ ମୁନି ଭାଗବତ ମତରେ ଏ ବିଷ୍ଣୁଙ୍କର ପଞ୍ଚମ ଅବତାର]