କପିଳେନ୍ଦ୍ର ଦେବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପିଳେନ୍ଦ୍ର ଦେବ
ଉଚ୍ଚାରଣ: Kapiḻendra deba

ଦେ. ବି. (ନାମ) —

ଓଡ଼ିଶାରେ ସୂର୍ଯ୍ୟବଂଶୀୟ ଜନୈକ କ୍ଷତ୍ରିୟ ରାଜା (ଖ୍ରୀ ୧୪୩୫: —ଖ୍ରୀ ୧୪୬୫: )— Name of a king of ancient Orissa.

[ ଦ୍ର—ଗଙ୍ଗବଂଶର ଶେଷ ରାଜାଙ୍କର ପୁତ୍ର ନ ଥୁବାରୁ ସେ ଗୋଟିଏ ବ୍ରାହ୍ମଣ ଘରେ ପାଳିତ କ୍ଷତ୍ରିୟ ବାଳକ କପିଳେନ୍ଦ୍ରଙ୍କୁ ଜଗନ୍ନାଥମନ୍ଦିରରେ ଦେଖି ଏବଂ ତାଙ୍କଠାରେ କେତେକ ରାଜଲକ୍ଷଣ ଲକ୍ଷ୍ୟ କରି ତାଙ୍କୁ ସାଙ୍ଗରେ ନେଇ 'କପିଳେନ୍ଦ୍ର ସାମନ୍ତରାୟ' ନାମ ଦେଇ ମନ୍ତ୍ରୀ କଲେ ଓ ମରିବା ପୂର୍ବରୁ ତାଙ୍କୁ ଉତ୍ତରାଧିକୀରୀ ମନୋନୀତ କଲେ ରାଜାଙ୍କ ମୃତ୍ବୁ ପରେ ମନ୍ତ୍ରିସଭାର ନିର୍ବାଚନକ୍ରମେ କପିଳେନ୍ଦ୍ର ରାଜା ହେଲେ ଏ ଅତ୍ୟନ୍ତ ବୀର, ସାହସୀ, ୟୁଦ୍ଧପ୍ରିୟ ଓ ରାଷ୍ଟ୍ରନୀତିରେ ବିଚକ୍ଷଣ ଥିଲା ଏହାଙ୍କଠାରୁ ଆରମ୍ଭ କରି ଓଡ଼ିଶାର ସିଂହାସନରେ ସୂର୍ଯ୍ୟ— ବଂଶୀୟ ରାଜାମାନେ ୧: ବର୍ଷ (ଖ୍ରୀ୧୪୩୫: —ଖ୍ରୀ୧୫୩୪: ) ରାଜତ୍ବ କଲେ ଏହାଙ୍କ ରାଜତ୍ବ କାଳରୁ (୧୩୫୭: ଶକାଦ୍ଦରୁ) ଗୋଟିଏ

ସ୍ବତନ୍ତ୍ର ଅଦ୍ଦ (କପିଳେନ୍ଦ୍ରାଦ୍ଦ) ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାରେ ଚାଲିଅଛି

ଦେଶରେ ଶାନ୍ତିରକ୍ଷା, ବୈଦେଶିକ ଶତ୍ରୁ ନିବାରଣ ଓ ଅନ୍ୟ ଦେଶ ଅଧିକାର କପିଳେନ୍ଦ୍ରଙ୍କ ରାଜତ୍ବର ପ୍ରାଧାନ ଘଟନା ଖେମଣ୍ଡୀ, ଆଳି, କନିକା ଓ କୁଜଙ୍ଗର ସାମନ୍ତରାଜାମାନେ ବିଦ୍ରୋହୀ ହେବାରୁ କପିଳେନ୍ଦ୍ର ସେମାନଙ୍କୁ ଦମନ କରିବାପରେ ଓଡ଼ିଶାକୁ ଆକ୍ରମଣ କରୁଥିବା ବଙ୍ଗ ସୁଲତାନ ଦମନ ନାସିରୁଦ୍ଦିନ୍ ମହମ୍ମଦଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି ଦାକ୍ଷିଣାତ୍ୟ ଜୟ କରିବା ପାଇଁ ଅଗ୍ରସର ହୋଇଥିଲେ; ଏବଂ କ୍ରମଶଃ ନେଲାର୍ , ଉଦୟଗିରି, ଚନ୍ଦ୍ରଗିରି ଓ କାବେରୀ ନଦୀ— କୂଳସ୍ଥ କେରଳ ରାଜ୍ୟ ଜୟ କଲେ ତତ୍ପରେ ସେ ବିଜୟନଗର ରାଜ୍ୟ ମଧ୍ୟ ଅଧିକାର କଲେ ଓ ବାହାମନୀ ରାଜ୍ୟ ସଙ୍ଗେ ସନ୍ଧି ସ୍ଥାପନ କଲେ ଏହିପରି ରାଜ୍ୟ ପରେ ରାଜ୍ୟ ଅଧିକାର କରି କପିଳେନ୍ଦ୍ର ସେତୁବନ୍ଧୁ ରାମେଶ୍ବର ପର୍ଯ୍ୟନ୍ତ ଉତ୍କଳଶକ୍ତିର ଜୟପତାକା ଉଡ଼ାଇ ଥିଲେ ୟୁଦ୍ଧବିଜୟ କରି ରାଜ୍ୟକୁ ଫେରି ଆସିବା ସମୟରେ କପିଳେନ୍ଦ୍ର କୃଷ୍ଣାନଦୀ କୂଳରେ ଦେହତ୍ୟାଗ କରିଥିଲା ସେ ପୁରୀ ଜିଲ୍ଲାର ତୁଳସୀପୁର, କପିଳେଶ୍ବରପୁର ଓ ଦାମୋଦରପୁର ଶାସନ ମାନ ବସାଇଥିଲେ ତାଙ୍କ ମନ୍ତ୍ରୀ ଗୋପୀନାଥ କଟକ ଜିଲ୍ଲାରେ ଗୋପୀନାଥପୁର ଶାସନ ବସାଇଥିଲେ କପିଳେନ୍ଦ୍ର ବ୍ରାହ୍ମଣମାନଙ୍କୁ ଚୌକିଦାରୀ କରରୁ ମୁକ୍ତି ଦେଇଥିଲେ ଓ ପ୍ରଜାମାନଙ୍କୁ ବିନାଶୁଳ୍କରେ ଲୁଣ ଓ କଉଡ଼ି ଆମଦାନୀ କରିବାକୁ ଅଧିକାର ଦେଇଥିଲେ ଏବଂ ଗ୍ରାମର ଗୋଚର ଭୂମିମାନ କେବଳ ଗୋଚାରଣ ନିମନ୍ତେ ପତିତ ରଖିବା ପାଇଁ କଠୋର ଆଦେଶ ପ୍ରଚାର କରିଥିଲେ

ବର୍ତ୍ତମାନ ଗୁଣ୍ଟୁରୁ , କୃଷ୍ଣା ଓ ନେଲୋର ଜିଲ୍ଲାମାନଙ୍କରେ ତାଙ୍କର ଖୋଦିତ ଲିପି ମିଳୁଅଛି କପିଳେନ୍ଦ୍ରଙ୍କୁ ଉତ୍କଳର ଦ୍ବିତୀୟ ଖାରବେଳ ବୋଲାଯାଇପାରେ ତାହାଙ୍କର ରାଜତ୍ବକାଳରେ ଝଙ୍କଡ଼ର ଶୂଦ୍ରମୁନି କବି ସାରଳା ଦାସ ଓଡ଼ିଆ ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ— କୃପାସିନ୍ଧୁ ଇତିହାସ]