କପୂରା
ଦେଖଣା
କପୂରା —
ଉଚ୍ଚାରଣ: Kapūrā
আমাদা
आमहलदी
কপ্পূর
কালকপূর
ଦେ. ବି. (ସଂ. କର୍ପୂରହରିଦ୍ରା) —
୧: ହଳଦି ପରି ଏକ — ପ୍ରକାର ମୂଳ; ଆମ୍ବକଷିଆ ଗଦ; ରାମକପୁରୀ — ୧. A kind of tuber like turmeric.
୨: ଜଳାଭୂମିରେ ଜାତ କର୍ପୂର ଗନ୍ଧବିଶିଷ୍ଟ ଲଟାଳିଆ ଶାକବଶେଷ — ୨. Limnophila Gratioloides a herb.
[ ଦ୍ର—ଏହାର ପତ୍ର ଗୁଚ୍ଛାକାର ଓ ବହୁଛିନ୍ନ ପକ୍ଷାକାର; ଫୁଲ ଧଳା, ନାଲିଟିପୢଟିପିକିଆ, ପ଼ଞ୍ଚଦଳବିଶିଷ୍ଟ ଏବଂ ଓଷ୍ଠାକାର; କେଶର ଚାରିଗୋଟି ମଧ୍ୟରୁ ଦୁଇଟି ସାନ ଓ ଦୁଇଟି ଲମ୍ବା; ଫଳ ବହୁବୀନ ଓ ଦ୍ବିକୋଷ; ବର୍ଷାକାଳରେ ଫୁଲ ଫୁଟେ—ଯୋଗେଶଚନ୍ଦ୍ର]
୩: ଜଳାଭୂମିରେ ଜନ୍ନିବା ଆଉ ଏକ ପ୍ରକାର ଶାକ — ୩. Limnophila Roxburghii.
[ ଦ୍ର—ଏହାର ପତ୍ର ପରସ୍ପର ଆଡ଼କୁ ମୁହଁ କରି ଦୁଇଟି ଲେଖାଏଁ ଗୋଟିଏ ଡେମ୍ପରେ ଧରେ ପତ୍ରର ଶିରା ସ୍ପଷ୍ଟ; ଏଥିର କ୍ଷୁଦ୍ର କୃଷ୍ଣାଭ ଫୁଲ ଏକାଠେଇଁ ଅନେକଗୁଡ଼ିଏ ଫୁଟେ; ଫୁଲର ରଙ୍ଗ ବାଇଗିଣିଆ ଏ ଶାକ ଦେଖିବାକୁ ବ୍ରାହ୍ମୀ ଶାଗ ପରି—ଯୋଗେଶଚନ୍ଦ୍ର]