କବାବ୍
ଦେଖଣା
କବାବ୍ —
ଉଚ୍ଚାରଣ: Kabāb
কবাব
कवाब
ବୈଦେ. ବି. (ଆ. କବାବ) —
ଲୁହାର ଖଡ଼ିକା ବା ସିକରେ ଗୃନ୍ଥି ଦହକ ନିଆଁ ଉପରେ ଧରି ସିଦ୍ଧ କରିଥିବା ବା ଭାଜିଥିବା ମାଂସଖଣ୍ଡ଼ — Roasted meat; roast.
[ଦ୍ର—ମାଂସକୁ ଟିକିଟିକି କରି କାଟି ବା କୁଟିକରି ତାକୁ ବେସନ ସଙ୍ଗେ ଗୋଳାଇ ସେଥିରେ ମସଲା ଓ ଲୁଣ ଗୋଳି, ଉକ୍ତ ପୁଳା— ମାଂସକୁ ଲୁହାସିକରେ ଫୋଡ଼ି ତହିଁ ଉପରେ ଘିଅ ବୋଳି ଦହକ କୋଇଲାର ଆଞ୍ଚରେ ଉକ୍ତ ଲୁହସିକକୁ ଦେଖାଇ ମାଂସ ସିଝିଯିବା ପର୍ଯ୍ୟନ୍ତ ବୁଲାଇବାକୁ ହୁଏ ମାଂସ ସିଝିଗଲେ ତାହା କବାବ ହୁଏ]
ଦେ. ବିଣ. —
ଦହକ ନିଆଁ ଉପରେ ଲୁହା ଖଡ଼ିକାରେ ଭଜା ହୋଇଥିବା (ମାଂସ) — Roasted (meat).