Jump to content

କବାବ୍ଚିନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କବାବ୍ଚିନି
ଉଚ୍ଚାରଣ: Kabābchini
(ସଂ. ସୁରପ୍ରିୟ; ବୃତ୍ତଫଳ;

ସୁଗନ୍ଧମରିଚ; କକ୍କୋଳକ) কাবাবাচিন ଆ. କବାବହ; ହୁବୁଲ୍ଉରବ୍

ତେ. କାବାକଚିନି

ମ. କଂକୋଳ; କାପୁରଚିନି

ଫା. କବାବହ शीतलचिनि; कवावचिनि

चीनिकबाब

ଦେ. ବି. (ଆ. କବାବଦାହ+ହି. ଚିନି) —

ଶୀତଳଚିନି; ଏକ— ଜାତୀୟ ମରିଚ ଆକୃତିର ଫମ୍ପା ମସଲା —Cubeb, Piper Cubeba; the seeds of the piper Cubeba; Cubeba Officinalis.

[ଦ୍ର—ଏହା ତାମ୍ବୂଳାଦିବର୍ଗର ଲତା ଓ ତହିଁର ଶୁଖିଲା ଫଳ; ଏହାର ଆକାର ଗୋଲ— ମରିଚ ପରି କିନ୍ତୁ ଫମ୍ପା ଓ ଡ଼େମ୍ଫଲଗା ଏହା ୟାଭା ଓ ମଲକ୍କା ଦ୍ବୀପର ବୃକ୍ଷ ଦକ୍ଷିଣ ଓ ପଶ୍ଚିମ ଭାରତବର୍ଷରେ ସ୍ଥାନେ ସ୍ଥାନେ ଏହାର ଚାଷ ହୁଏ ଏହାର ଫଳରେ ଗୋଟିଏ ଲେଖାଁଏ ନାଡ଼ ଥାଏ; ଏହା ବାତପ୍ରଶମକ, କଫନିଃସାରକ, ଆଗ୍ନେୟ ଓ ମୂତବର୍ଦ୍ଧକ ଏହା ଔପସର୍ଗିକ ମେହ, ଶୁନ୍ତମେହ, ଶ୍ବେତପ୍ରଦର,ଅର୍ଶ ଓ ମୂତ୍ରକୃଚ୍ଛ୍ରରେ ଉପକାରୀ]