କବିସମୟପ୍ରସିଦ୍ଧି
ଦେଖଣା
(କବିସମଯପ୍ରସିଦ୍ଧିରୁ ଲେଉଟି ଆସିଛି)
କବିସମୟପ୍ରସିଦ୍ଧି —
ଉଚ୍ଚାରଣ: Kabisamayaprasiddhi
ସଂ. ବି —
କବିକଳ୍ପିତ କେତେଗୁଡିଏ ସତ୍ୟ ବା ପ୍ରତିଜ୍ଞା —Some propositions accepted as true for poetics licence.
[ଦ୍ର—ଉଚ୍ଚାଙ୍ଗ ସାହିତ୍ୟ ପାଠ କଲେ ଜଣାଯାଏ ଯେ ବର୍ଣ୍ଣନାର ସୁବିଧା ପାଇଁ ମହାକବିମାନେ ମଧ୍ୟ ସ୍ବତଃସିଦ୍ଧରୂପେ କେତେଗୁଡ଼ିଏ କଥା ଗ୍ରହଣ କରିଥାଆନ୍ତି ସେଗୁଡ଼ିକ ସମ୍ପୂର୍ଣ୍ଣରୂପେ ପ୍ରାକୃତ ନୁହେ; ତଥାପି ତଦ୍ଦ୍ବାରା ଯେ ପ୍ରକୃତ ସତ୍ୟର ଅପଳାପ ହୁଏ ନାହିଁ ଏହା ନିଃସନ୍ଦିଗଧରୂପେ କୁହାଯାଇ ପାରେ ଏହିସବୁ ସତ୍ୟକୁ କବିସମୟ— ପ୍ରସିଦ୍ଧି ନାମରେ ଅଭିହିତ କରାଯାଏ କଳ୍ପିତ ହେଲେ ସୁଦ୍ଧା ଏଗୁଡିକ କବିତାରେ ଦୋଷରୂପେ ପରିଗଣନୀୟ ନୁହେ, ବରଂ ଏଗୁଡିକ ପ୍ରଯୋଗ ପଣ୍ଡିତମାନେ ଗୁଣସମ୍ପନ୍ନ ବୋଲି ମନେ କରନ୍ତି ଯଥା—ପାପରେ ଓ ଆକାଶରେ ମଳିନତା, କୀର୍ତ୍ତି ଓ ହସରେ ଧବଳତା ଇତ୍ୟାଦି—କୁଳମଣି, ଅଳଙ୍କାରତରଙ୍ଗିଣୀ]