କବିସୂର୍ଯ୍ୟ

ଉଇକିଅଭିଧାନ‌ରୁ
(କବିସୂର୍ୟ୍ଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କବିସୂର୍ଯ୍ୟ
ଉଚ୍ଚାରଣ: Kabisūrjya

ସଂ. ବି. (୭: ମୀ ତତ୍; କବି+ସୂର୍ଯ୍ୟ) —

୧: ଶ୍ରେଷ୍ଠ କବି — ୧. An eminent poet.

ଦେ. ବି. (ଉପାଧି) —

ଏହା ବଡ଼ ବଡ଼ କବିମାନଙ୍କର ଉପାଧି ଏହା ବଳଦେବ ରଥଙ୍କୁ ବେଶୀ ପରିମାଣରେ ଓ ମୁଖ୍ୟ— ଭାବରେ ବୁଝାଏ ଓ ଯୋଗରୂଢ଼ ଶବ୍ଦ ପରି ବ୍ୟବହୃତ କବିସୂର୍ଯ୍ୟ ବଳଦେବ ରଥଙ୍କର ରାଜଦତ୍ତ ଉପାଧି — A title given to the Oriya poet Kabisūrj̄ya Baḻadeba Ratha.

ତାଙ୍କ କଣ୍ଠୁ କବିସୂର୍ଯ୍ୟଗୀତାମୃତ, ଦୁରୁ ବହି ଆଣେ ଚିଲିକା ମାରୁତ— ରାଧାନାଥ. ଚିଲିକା

ସଂ. ବି. ସ୍ତ୍ରୀ —

(କବିର ସ୍ତ୍ରୀ ଲିଙ୍ଗ)—ସ୍ତ୍ରୀ କବି —A poetess.

[ଦ୍ର—ଜନ୍ମ ୧୭୮୯: —ମୃତ୍ୟୁ ୧୮୪୫: ଓଡ଼ିଶା ଗଜପତି ବଂଶର ରାଜଗୁରୁଙ୍କ ପୂର୍ବପୁରୁଷଙ୍କ ନାମ ବଳଭଦ୍ର ରଥ ବାଜପେୟୀ ବଳଭଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କର ୨: ୟ ପୁତ୍ର ପୁରୀ ବ୍ରାହ୍ମଣଶାସନମାନଙ୍କର ପାର୍ବତୀପୁରିଆ ଓ ଦକ୍ଷିଣସାହିଆ ଦୁଇ ରଥ ବଂଶର ପ୍ରତିଷ୍ଠାତା ୨: ୟ ସ୍ତ୍ରୀଙ୍କ ପ୍ରଥମ ପୁତ୍ର କୁଳମଣି ରଥ ଗଞ୍ଜାମର ମଣିପୁରିଆ ରଥବଂଶର ଆଦିପୁରୁଷ ଏ ୭: ବର୍ଷ ବୟସରେ ତୀର୍ଥାଟନ କରିବାକୁ ବାହାରି ୨: ୟ ବିବାହ କରନ୍ତେ ଏହାଙ୍କର ପ୍ରଥମ ଦୁଇ ପୁତ୍ର ଏହାଙ୍କର ପଳାସଦାହ କରି ଶୁଦ୍ଧକ୍ରିୟା କରିଗଲେ କୁଳମଣିଙ୍କ ଦ୍ବିତୀୟ ବିବାହସଂଭୂତ ବଂଶଧରମାନେ ପ୍ରଥମେ ମଣିପୁର ଶାସନରେ ଥିଲେ, ପରେ ସେଠାରୁ ଆସି ବଡ଼ଖେମୁଣ୍ଡିରେ ରହିଲେ କବିସୂର୍ଯ୍ୟ ବଳଦେବଙ୍କ ପିତା ଉଜ୍ବଳ ରଥେ କୁଳମଣିଙ୍କ ପୁତ୍ର; ଏ ବଡ଼ଖେମୁଣ୍ଡିର ରାଜସଭାପଣ୍ଡିତ ଥିଲେ ଏ ଦୁଇଖଣ୍ଡି ଚମ୍ପୁ ଲେଖିଥିଲେ ଏ ଆଠଗଡ଼ର ସିଦ୍ଧତାନ୍ତ୍ରିକ ତ୍ରିପୁରାରିଙ୍କ କନ୍ୟାକୁ ବିବାହ କରିଥିଲେ ତାଙ୍କର ପୁତ୍ର ମୃତଦାର ଓ କନ୍ୟା ବିଧବା ହେଲା ପରେ ବୃଦ୍ଧବୟସରେ ବଳଦେବ ଜନ୍ମଗ୍ରହଣ କଲେ ୧: ମ ବର୍ଷରେ ମାତୃବିଯୋଗ ହେବାରୁ ବଳଦେବ ଆଠଗଡ଼ରେ ଅଜାଘରେ ବଢିଲେ ଅଧିକ ବୟସ୍କ ହେବାରୁ ସେ ବଡ଼ଖେମୁଣ୍ଡିକୁ ଫେରିଗଲେ କିଛିଦିନ ପରେ ସେ ଜଳନ୍ତର ରାଜ୍ୟକୁ ଆସି ସେଠାରେ ରହିଲେ ସେ ପୁରୀ ବାଲିସାହିର ଜଣେ ବ୍ରାହ୍ମଣଙ୍କ କନ୍ୟାକୁ ବିବାହ କରିଥିଲେ ସେ ଜଳନ୍ତରର

ରାଜା ରାମଚନ୍ଦ୍ର ଛୋଟରାୟଙ୍କ ନାମରେ ଗୀତ ରଚନା କରି ପ୍ରଥମେ ଭଣିତା କରନ୍ତେ ରାଜା ତାହାଙ୍କୁ କବିସୂର୍ଯ୍ୟ ଉପାଧି ଦେଇଥିଲେ ପରେ ପୁରୀର ରାଜା ମୁକୁନ୍ଦଦେବ (ଖ୍ରୀ. ୧୭୯୮: —୧୮୧୭: ) ତାଙ୍କୁ ପୁନଶ୍ଚ ସେ ଉପାଧି ଦେଲେ କବିସୂର୍ଯ୍ୟଙ୍କ ସଙ୍ଗୀତମାନ ଜଳନ୍ତର, ଗଞ୍ଜାମର ଆଠଗଡ,ପୁରୀ ଓ ପାରିକୁଦ ରାଜାମାନଙ୍କ ନାମରେ ଭଣିତା ହୋଇଅଛି ସଙ୍ଗୀତ, ଚଉପଦୀ, ଢୁମ୍ପାଗୀତ, ଜଣାଣ, କିଶୋର— ଚନ୍ଦ୍ରାନନ୍ଦ ଚମ୍ପୂ ଓ ରତ୍ନାକର ଚମ୍ପୂ ଏହାଙ୍କ କୃତ କବିତା ମଧ୍ୟରେ ପ୍ରଧାନ

କୋଦଳା ଆଠଗଡ଼ରେ ଦଶ ବର୍ଷ କଟାଇ ସେ ପାରଳାର ଅପ୍ରାପ୍ତ— ବୟସ୍କ ରାଜା ଜଗନ୍ନାଥ ଗଜପତିନାରାୟଣଦେବଙ୍କ ଗୃହଶିକ୍ଷକ ଓ ଅଭି— ଭାବକରୂପେ ଗଞ୍ଜାମର କଲେକ୍ଟର ଦ୍ବାରା ନିଯୁକ୍ତ ହେଲେ ପରେ ସେ ଆଠଗଡ ରାଜାଙ୍କଠାରୁ ବୃତ୍ତି ପାଇଲେ ଏବଂ ପୁରୀରେ ଚାରି ମାସ ରହି ଆଠଗଡ ଗଲେ ପୁଣି ଗଞ୍ଜାମର କଲେକ୍ଟର ତାହାଙ୍କୁ ମହୁରୀ ରାଜ୍ୟର ମାନେଜର ମନୋନୀତ କଲେ ସେ ୚ଞ୍ଜାମ ବ୍ରହ୍ମପୁର ସହରରେ ବାଲାଜୀପେଣ୍ଠରେ ରହୁଥିଲେ ମହୁରୀର ରାଣୀଙ୍କ ସହିତ ତାହାଙ୍କର ମନୋମାଳିନ୍ୟ ଘଟିବାରୁ ସେ ମାନେଜର ପଦ ଇସ୍ତଫା ଦେଲେ, ମାତ୍ର ବ୍ରହ୍ମପୁର ତ୍ୟାଗ ନ କରି ସେଠାରେ ସ୍ଥାୟୀଭାବରେ ରହିବାର ବ୍ୟବସ୍ଥା କଲେ ଆଠଗଡ଼ ରାଜା ପୁଣି ତାଙ୍କୁ ଡକାଇ ଆଣି ନିଜ ରାଜ୍ୟରେ ରଖାଇଲେ, ମାତ୍ର କବିସୂର୍ଯ୍ୟଙ୍କୁ ବସନ୍ତ ରୋଗ ହେବାରୁ ରାଜା ତାହାଙ୍କୁ ପୁଣି ବ୍ରହ୍ମପୁର ପଠାଇ ଦେଲେ ସେ ସେଠାରେ ଅକ୍ଷୟତୃତୀୟା ଦିନ ଦେହତ୍ୟାଗ କଲେ ତାଙ୍କ ପୁଅଙ୍କ ନାମ ବିଶ୍ବନାଥ]