କମଳାଗୁଣ୍ଡି
ଦେଖଣା
କମଳାଗୁଣ୍ଡି —
ଉଚ୍ଚାରଣ: Kamaḻāguṇḍi
কমলাড়ি
कमिला, कम्विला,
कबिला, कमेला
कमुद, रारिरोहिणी ଗୁ. କପିଳୋ
ଫା. କମ୍ବିଲାୟ୍
ଆ. କିନ୍ବୀର୍
ମ. କମିଲା, କପିଳା
ସଂ. ପର୍ୟ୍ୟାୟଃ—କାମ୍ପିଲ୍ଲ,
କାମ୍ପିଲ୍ୟ, କର୍କଶ, ଚନ୍ଦ୍ର,
ରକ୍ତାଙ୍ଗ. ରୋଚନ,
କମ୍ପିଲ୍ଲକ, କପିଳା,
ରେଚନକ, ମଧୁକ
ଦେ. ବି (ସଂ. କାମ୍ପିଲ୍ଲ. କାମ୍ପିଲ୍ୟ; କପିଳା) —
ସ୍ନୁହିକାଦି ବର୍ଗର ଛୋଟ ଆରଣ୍ୟ ତରୁର ଫଳର ପୃଷ୍ଠ — ଜାତ ନାଲି ଗୁଣ୍ଡା —Kamila; Mellotus Phillippinensis
[ ଦ୍ର—ଏହି ଗୁଣ୍ଡଦ୍ବାରା ପାଟ ତସର ଆଦି ରଙ୍ଗ କରାଯାଏ; ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁରସ, ଲଘୁରେଚକ, ଉଷ୍ଣବୀର୍ୟ୍ୟ; କଫ, ପିତ୍ତ, ରକ୍ତଦୁଷ୍ଟି, କୃମି, ଗୁଳ୍ମ, ଉଦର— ରୋଗ, ବ୍ରଣ, ମେହ, ଆନାହ, ବିଷ ଓ ଅଶ୍ମରୀ ରୋଗରେ ଉପକାରୀ ବଙ୍ଗଦେଶ ଛଡ଼ା ଭାରତବର୍ଷର ଅନ୍ୟ ଅ଼ଞ୍ଚଳମାନଙ୍କରେ ଏ ଗଛ ଜନ୍ନେ]