Jump to content

କମଳାନେମ୍ବୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କମଳାନେମ୍ବୁ
ଉଚ୍ଚାରଣ: Kamaḻānembu
কমলানেবু सन्तरा

ସଂ. ବି (ସଂ. କମଳାନିମ୍ବୁ) —

ନାଗରଙ୍ଗ ଜାତୀୟ ମଧୁରାମ୍ଳ— ରସ ଫଳ; ଶିଥିଳତ୍ବକ୍ ମିଷ୍ଟାମ୍ଳ ନାରଙ୍ଗ — Orange; Citrus Aurantium.

[ ଦ୍ର—ଏହା ପାଚିଲେ ନାଲିମିଶା ହଳଦିଆ ଦେଖାଯାଏ; ଏହାର ରସ ଶ୍ରାନ୍ତି, ତୃଷା, ରକ୍ତଦୋଷ, ଅରୁଚି, ବମନ, ପିତ୍ତ, କଫ ଓ ବିଷନାଶକ; ଏହା ବଳକାରକ ଓ ପୁଷ୍ଟିଜନକ ଏହାର ଗଛ କଣ୍ଟକମୟ ଓ ପତ୍ର ସୁବାସିତ ଗଞ୍ଜାମର ସୁରଙ୍ଗି ତଥା ଉଦ୍ୟାନଖଣ୍ଡ, ଆସାମର ସିଲେଟ୍ (ଶ୍ରୀହଟ୍ଟ) ଓ ମଧ୍ୟପ୍ରଦେଶର ନାଗପୁରରେ ମିଠା କମଳା ମିଳେ; ଖଣ୍ଡପଡ଼ା ଆଦି କେତେକ ଗଡ଼ଜାତିରେ ଏ ଗଛର କୃଷି ହୋଇ ତହିଁରେ ମିଠା କମଳା ଫଳିବାର ଦେଖାଯାଏ]