କମ୍ପାଇବା
ଦେଖଣା
କମ୍ପାଇବା —
ଉଚ୍ଚାରଣ: Kampāibā
কাঁপান
कंपाना
ଦେ. କ୍ରି—(ସଂ. କମ୍ପ୍ ଧାତୁ; କମ୍ପିବାର ଣିଜନ୍ତ ରୂପ) —
୧: କମ୍ପ ଜାତକରାଇବା; ଥରାଇବା — ୧. To cause to tremble; to cause vibration.
ଚିବୁକ କମ୍ପାଇ ହୋଇ ବିକଳ ଚିରିଲା ଚରଣନଖେ ଭୂତଳ—କବିସୂର୍ଯ୍ୟ. କବିତାକଲ୍ଲୋଳିନୀ
୨: ପ୍ରତିଧ୍ଵନିତ କରିବା — ୨. To cause to resound or reverberate.
୩: ହୃତ୍କମ୍ପ ଉପସ୍ଥିତ କରିବା —୩. To cause heart quake; to cause throbbing of the heart.
୪: ଭୂମିର କମ୍ପ ଉପସ୍ଥିତ କରାଇବା — ୪. To cause the earth to shake or vibrate.
ସୈନ୍ୟ ଯିବା ଘାତେ ମେଦିନୀ କମ୍ପାଇଲେ—କୃଷ୍ଣସିଂହ. ମହାଭାରତ. ସଭା
୫: (କୌଣସି ବିସ୍ମୟଜନକ କାର୍ଯ୍ୟ କରି) କୌଣସି ଲୋକର ମନରେ ତନ୍ମୟତା ଜନ୍ମାଇ ଦେବା — ୫. To create an impression on the mind of a person by accomplishing a wonder.