କମ୍ପିବା
ଦେଖଣା
କମ୍ପିବା —
ଉଚ୍ଚାରଣ: Kampibā
কিঁপা
कांपना
(କମ୍ପାଇବା—ଣିଜନ୍ତ ରୂପ)
ଦେ. କ୍ରି. (ସଂ. କମ୍ପ ଧାତୁ) —
୧: କମ୍ପିତ ହେବା; ଥରିବା — ୧. To shake;to tremble.
ନନ୍ଦିଘେଷ ଚଳୁଁ ପୃଥ୍ବୀ ଦୁଳୁକି କମ୍ପଇ ସରଳା. ମହାଭାରତ .ଉଦୋଗ.
୨: ରାଗ ବା ଭୟରେ ଅସ୍ଥିର ହେବା —୨. To be agitated or restless with rage or fear.
୩: ରାଗରେ ଥରିବା —୩. To tremble with rage.