କରଞ୍ଜ
କରଞ୍ଜ —
ଉଚ୍ଚାରଣ: Karan̄ja
কর়ঞ্জা
किरामाल;
करन्ज
ସଂ. ବି —
୧: (କ=ଜଳ+ରଞ୍ଜ. ଧାତୁ=ଶୋଭିତ କରିବା+ କର୍ତ୍ତୃ ଅ; ଏ ଗଛ ଜଳ ନିକଟରେ ଓ ନିମ୍ନଭୂମିରେ ଉଠେ) —ଏକ ଜାତୀୟ ଗଛ ଓ ତହିଁର ଓ ଶିମ୍ବଭଳି ଚୋପାଯୁକ୍ତ ଫଳ — ୧. Almus Integrifolia (tree); Pongamia Indica; Pongamia Glabra.
[ଦ୍ର—ଏହାର ଫଳରେ ଗୋଟିଏ ମାତ୍ର ଚୋପା ମଞ୍ଜି ଥାଏ ଏ ମଞିରୁ ତେଲ ହୁଏ ଏ ତେଲ ଜାଳିବାରେ ଓ ଚର୍ମରୋଗରେ ବ୍ୟବହୃତ ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ
তে. কানুগা
ম. করঞ্জ
গু, করঞ্জ
সং. পর্য্য়ায়:
নক্তমা;
করঞ্জ;
করজ;
চিরবিল্ব;
কর়ঞ্জক।
କରଞ୍ଜ ଯୋନିବ୍ୟାପତ୍, କୁଷ୍ଠ, ଉଦାବର୍ତ୍ତ, ଗୁଳ୍ମ, ଅର୍ଶ, ବ୍ରଣ, କୃମି ଓ କଫନାଶକ; କରଞ୍ଜପତ୍ର କଫ, ବାୟୁ, ଅର୍ଶ, କୃମି ଓ ଶୋଥରୋଗରେ ହିତକର ଏହା ଭେଦକ, କଟୁବିପାକ, ଉଷ୍ଣର୍ବୀର୍ୟ୍ୟ, ପିତ୍ତବର୍ଦ୍ଧକ ଓ ଲଘୁ ଏହି କରଞ୍ଜର ଅନ୍ୟ ଏକ ପ୍ରକାର ଲଟାଣିଆ ଗଛକୁ ଗିଲ ବା ଲଟାକରଞ୍ଜ (ସଂ. କଟୁକରଞ୍ଜ; ବଂ. ନାଟା— କରଞ୍ଜା) ଓ ଆଉ ଏକ ପ୍ରକାର ଗଛକୁ ବରିପୋଲ (ସଂ. ପୂତିକରଞ୍ଜ) କହନ୍ତି]
୨: କରନ୍ଦା (ଦେଖ) ୨. Karandā (See)