Jump to content

କରଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରଟା
ଉଚ୍ଚାରଣ: Karaṭā

ସଂ. ବି. ସ୍ତ୍ରୀ. (କରଟ+ସ୍ତ୍ରୀ. ଆ) —

ଦୁଃଖଦୋହ୍ୟା ଗବୀ; ଯେଉଁ ଗାଈକୁ ଅତି କଷ୍ଟରେ ଦୁହିଁ ହୁଏ — A cow very difficult to be milked.

করতা; কড়তা करदा पासड़्ग

ଦେ. ବି. (ସଂ. କରଟ) —

୧: ମୃତବ୍ୟକ୍ତିର ଏକାଦଶାହ ଶ୍ରାଦ୍ଧ — ୧. The funeral Ṡrāddha performed on the ୧୧th day of dealth.

୨: ଛୋଟ କରିଆ —୨. A very small narrow cloth.

୩: ଘୃତ ତୈଳ ଆଦି କୌଣସି ଜଳୀୟ ଦ୍ରବ୍ୟକୁ ତରାଜୁରେ ଓଜନ କରିବା ସମୟରେ ଶୂନ୍ୟ ଭାଣ୍ଡର ଓଜନ ଜାଣିବା ପାଇଁ ବ୍ୟବହୃତ ମାଟି ବା ପଥରଖଣ୍ଡ — ୩. Bits of stone or earth put in the scale pan for ascertaining the actual weight of tne empty pot or receptacle in which ghee, oil or any other liquid articles are about to be Weighed.

୪: ପାସଙ୍ଗ; ତରାଜୁ ହାଲୁକା ପାଖର ପଲାରେ ଯୋଗ କରାଯିବା ମାଟି ବା ପଥର ଖଣ୍ଡ — ୪. Weight added to the lighter pan of a scale to make the beam horizontal before weighment.

[ଦ୍ର—ତରାଜୁର ଦୁଇ ପାଖର ପଲା ଉଚ୍ଚନୀଚ ଥିଲେ ତରାଜୁର ଦଣ୍ଡ ଭୂମିର ସମାନ୍ତର ହୋଇ ରହେ ନାହିଁ; ଉକ୍ତ ଦଣ୍ଡ ସମାନ୍ତର ନ ରହିଲେ କୌଣସି ଦ୍ରବ୍ୟର ଠିକ୍ ଓଜନ ଜଣାପଡ଼େ ନାହିଁ; ଏଥିପାଇ ଉକ୍ତ ତରାଜୁ ଦ୍ବାରା କୌଣସି ପଣ୍ୟଦ୍ରବ୍ୟ ଓଜନ କରିବା ପୂର୍ବରୁ ହାଲୁକା ପାଖର ପଲାରେ ମାଟି ବା ପଥରଖଣ୍ଡମାନ ଯୋଗ କରାଯାଇ ଦଣ୍ଡିକୁ ଭୂମିର ସମାନ୍ତରାଳ କରାଯାଏ]