କରତା
ଦେଖଣା
କରତା —
ଉଚ୍ଚାରଣ: Karatā
ଗ୍ରା. (ପଦ୍ୟ) ବି. (ସଂ. କର୍ତ୍ତା) —
୧: କର୍ତ୍ତା; ସ୍ରଷ୍ଟା —୧. Creator.
ଅଶେଷ ଅନ୍ତର୍ୟ୍ୟାମୀ ସେ ବ୍ରହ୍ମାଣ୍ଡ କରତା ବିଷ୍ଣୁକେଶରୀପୁରାଣ
୨: ରକ୍ଷକ —୨. Protector.
ସେହି ସର୍ବ ଜନଙ୍କର ହରତା କରତା ବିଷ୍ଣୁକେଶରୀପୁରାଣ
୩: ଗୃହର ମାଲିକ —୩. Head, chief person or master of the house.
ଦେ. ବି. (ସଂ. କୃତ୍ ଧାତୁ=କର୍ତ୍ତନ କରିବା) —
୧: କରତିବା କର୍ମ —୧. Act of sawing.
୨: ପାସଙ୍ଗ (ଦେଖ) ୨. Pāsaṅga (See)
ଗ୍ରା (ପଦ୍ୟ) ବିଣ. —
୧: (ସଂ. କର୍ତ୍ତା) କର୍ତ୍ତା (ଦେଖ) (ହରତା—ବିପରୀତ) —୧. Karttā (See)
ବିଲୋମ ଲୋମ ବର୍ଣ ସୋମ ପ୍ରକାମ ଦରକୁ କରତା ତାରକ ଭଞ୍ଜ. ବୈଦେହୀଶବିଳାଶ
୨: (ସଂ. କର୍ତ୍ତିତ)— କରତ ଦ୍ବାରା ଫଡ଼ା ହୋଇଥିବା (କାଠ ଆଦି) — ୨. Sawn (wood etc.)