କରତୋଯା
ଦେଖଣା
କରତୋୟା —
ଉଚ୍ଚାରଣ: Karatoyā
ସଂ. ବି. ସ୍ତ୍ରୀ. (ନାମ) (କର=ହସ୍ତ+ତୋୟ= ଜଳ+ସ୍ତ୍ରୀ. ଆ) —
ଉତ୍ତରବଙ୍ଗର ନଦୀବିଶେଷ — A river in north Bengal.
[ ଦ୍ର—ଗୌରୀଙ୍କ ବିବାହରେ ହିମାଳୟ କନ୍ୟାଦାନ କରିବା ସମୟରେ ମହାଦେବଙ୍କ ହାତରେ ଦେବା ଜଳରୁ ଏହି ନଦୀ ଉତ୍ପନ୍ନ ହୋଇଥିବା ପୁରାଣରେ ଉଲ୍ଲେଖ ଅଛି ପୁଷ ମାସରେ ଏ ନଦୀରେ ବଙ୍ଗଦେଶର ବଗଡ଼ା ନଗରର ସାତ ମାଇଲ ଉତ୍ତରରେ ମହାସ୍ଥାନଗଡ଼ ନାମକ ସ୍ଥାନରେ ସ୍ନାନ— ଯୋଗ ପଡ଼େ; ଏ ନଦୀ ଜଳପାଇଗୁଡ଼ିର ଜଙ୍ଗଲରୁ ବାହାରି ରଙ୍ଗପୁର ବାଟେ ଯାଇ ହଳହଳିଆ ଓ ଅତ୍ରାଇ ନଦୀରେ ମିଳିଛି ବର୍ଷାକାଳରେ ମଧ୍ୟ ଏ ନଦୀର ଜଳ ପବିତ୍ର ଥିବାର ଶାସ୍ତ୍ରରେ କଥିତ ଏହାର ଅନ୍ୟ ନାମ ସଦାନୀରା ମିଥୁନ ସଂକ୍ରାନ୍ତିଠାରୁ ୩: ଦିନ ସବୁ ନଦୀ ରଜସ୍ବଳା ହେବାରୁ ସ୍ନାନର ଅଯୋଗ୍ୟା ହୁଅନ୍ତି; କିନ୍ତୁ ମହା— ଦେବଙ୍କ ବର ପ୍ରଭାବରୁ ଏ ନଦୀ ସେ ସମୟରେ ମଧ୍ୟ ପବିତ୍ର ରହିବାର ପୁରାଣରେ ଅଛି]