କରପତ୍ର ୟୋଡ଼ିବା
ଦେଖଣା
କରପତ୍ର ଯୋଡ଼ିବା —
ଉଚ୍ଚାରଣ: Karapatra joṟḍ̠ibā
ଦେ. କ୍ରି —
୧: ଦୁଇ ହାତ ଯୋଡ଼ି ନମସ୍କାର କରିବା —୧. To make obeisance by joining the two palms.
୨: ଦୁଇ କରତଳ ଯୋଡ଼ି ପ୍ରାର୍ଥନା କରିବା — ୨. To pray by joining the two palms.
କରପତ୍ର ଯୋଡ଼ି ବିଜୟ ବାହୁଡ଼ା ୟାତି ରଣଲକ୍ଷ୍ମୀ ପଦେ ରାଧାନାଥ, ମହାୟାତ୍ରା
୩: (ଲକ୍ଷଣାର୍ଥ) ଭୟରେ ବା ସମ୍ମାନରେ ଦୁଇ କରତଳକୁ ସିଧା କରି ଯୋଡ଼ି ନମସ୍କାର କରିବା ଭଳି କରିବା — ୩. To fold both palms in a posture of supplication in fear or in awe.
୪: (ଲକ୍ଷଣାର୍ଥ) ଆଜ୍ଞାବର୍ତ୍ତୀ ହୋଇ ରହିବା — ୪. (figurative) To be in a position of slavish obedience or supplication (indicating fear or servility).