Jump to content

କରପଲ୍ଲବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରପଲ୍ଲବୀ
ଉଚ୍ଚାରଣ: Karapallabī

ସଂ. ବି. (କରପଲ୍ଲବ+ଈ) —

ଆଙ୍ଗୁଳିଦ୍ବାର ଠାର; ଆଙ୍ଗୁଠିର ଭିନ୍ନଭିନ୍ନ ସଙ୍କେତଦ୍ବାରା ଭିନ୍ନଭିନ୍ନ ଅକ୍ଷର ପ୍ରକାଶ— ପୂର୍ବକ ପରସ୍ପର ମନୋଭାବ ଆଦାନପ୍ରଦାନ ରୀତି (ହି. ଶଦ୍ଦସାଗର) —Exchange of thoughts between two persons by various signs made by the fingers; manual signs.

[ ଦ୍ର—ଏଥିର ସୂତ୍ର:—ଅହି (ଅ=ଅ ଆଦି ସ୍ବରବର୍ଣ୍ଣ), କଳଶ (କଳଶ= କ ବର୍ଗ), ଚକ୍ର (ଚକ୍ର=ଚ ବର୍ଗ), ଟଙ୍କାର (ଟଙ୍କାର= ଟ ବର୍ଗ), ତରୁ (ତରୁ=ତ ବର୍ଗ), ପବନ (ପବନ=ପ ବର୍ଗ), ୟବ (ୟବ=ୟ. ର. ଳ), ଶଶୀ (ଶଶୀ=ଶ. ଷ. ସ. ହ) ପରିମାଣ ଆଙ୍ଗୁଠି ଦେଖାଇ ବର୍ଣ୍ଣ କରିବ ବଖାଣ ଯଥା— ଖ ଅକ୍ଷର ପାଇଁ 'କଳଶ'ର ଠାର ଦେଖାଇ କ ବର୍ଗର ଦ୍ବିତୀୟ ଅକ୍ଷରି ପାଇଁ ଦୁଇଟି ଆଙ୍ଗୁଠି ଦେଖାଇବ; 'ଇ' ପାଇଁ ଅହି ବା ସାପର ଠାର ଦେଖାଇ ତୃତୀୟ ସ୍ବର ପାଇଁ ତିନି ଗୋଟି ଆଙ୍ଗୁଠି ଦେଖାଇବ]