କରବୀ
କରବୀ —
ଉଚ୍ଚାରଣ: Karabī
কনের, করবী
(स्बेत, लोळ) करबी, कनेर
कानेल्, केवार्, कानार
ତା. ଅଲାରି
ଆ. ଡ଼ିଫ୍ଲି
ଫା. ଖର୍ଜରାହ୍
ସଂ. ପର୍ୟ୍ୟାୟ—ଅଶ୍ବମାରକ
ଅଶ୍ବଘ୍ନ, ଚଣ୍ଡକ, ଲଗୁଡ଼,
କରବୀ, କରବୀର
ସଂ. ବି (କର=ମୂଳ+ବୀ=ଯେ ବ୍ୟାପେ; ଯେ ମୂଳଦ୍ବାରା ଭୂମିରେ ବ୍ୟାପେ) —
ବନ୍ୟ ଓ ଉଦ୍ୟାନଜାତ ଗୁଳ୍ମ ଓ ତହିଁର ଫୁଲ —White or pink sweet-scented Oleander; Nerium Odorum Apocynacæ.
[ଦ୍ର—ଏହାର ଫୁଲ ଡେମ୍ପରେ ପେନ୍ଥା ପେନ୍ଥା ହୋଇ ଧରେ; ଫୁଲ ବହୁଦଳ ସାଧାରଣତଃ ନାଲି ଓ ଧଳା ଫୁଲ ଭେଦରେ ଦୁଇ ପ୍ରକାରର ଉଦ୍ୟାନଜାତ ଗଛ ଅଛି କନିଅର ଫଳ ହୁଏ କିନ୍ତୁ କରବୀର ଛୁଇଁ ହୁଏ ଏ ବୃକ୍ଷର ଛେଲି ଓ ମୂଳ ବିଷାକ୍ତ ପଶ୍ଚିମ ଓ ଦକ୍ଷିଣ ଭାରତରେ ଏହା ଜୀବ ଓ ଭ୍ରୂଣନାଶକ ବିଷରୂପେ ବ୍ୟବହୃତ ହୁଏ ଏଥିରେ ନେରିଓଡୋରିନ୍ (Neriodorin) ନାମକ ତୀବ୍ର ବିଷ ଅଛି ବୈଦ୍ୟଶାସ୍ତ୍ର ମତରେ ଶ୍ବେତ, ରକ୍ତ, ପୀତ, କୃଷ୍ଣ ଓ ପାଟଳବର୍ଣ୍ଣ ପୁଷ୍ପଭେଦରେ କରବୀ ପାଞ୍ଚ ପ୍ରକାର; ଶ୍ବେତ, ପୀତ ଓ କୃଷ୍ଣ କରବୀ କଟୁରସ ଓ କୁଷ୍ଠ, ବ୍ରଣ, ବିଷ୍ଫୋଟକ ଓ କଣ୍ଡୁରୋଗର ଶାନ୍ତିକାରକ ପାଟଳ କରବୀ ଶରୋ— ବେଦନା, କଫ ଓ ବାତନିବାରକ—ପ୍ରକୃତିବାଦ]