କରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରି
ଉଚ୍ଚାରଣ: Kari

(file)

করে कर; करके

ଦେ. କ୍ରି. (ସଂ. କୃ. ଧାତୁ. କରିବା କ୍ରିୟାର ଅସମାପିକାରୂପ) —

୧: କୌଣସି ଅସମାପିକାକ୍ରିୟା ସଙ୍ଗେ 'କରି' ଶବ୍ଦ ଯୁକ୍ତ ହେଲେ ସେହି କ୍ରିୟାର ଧାରାବାହିକତା ବୁଝାଏ — ୧. While doing (an act).

(ଯଥା—ମୁଁ ବସି କରି ଲେଖେଁ)

୨: କୌଣସି କ୍ରିୟାର ସମାପନାନ୍ତ; କୌଣସି କ୍ରିୟାକୁ ସମାପନ କରି ବା ସାରି —୨. After finishing an act.

(ଯଥା—ମୁଁ ପଢି କରି ଗାଧୋଇବି= ମୁଁ ପଢ଼ି ସାରିବା ପରେ ଗାଧୋଇବି)

୩: ବିଶେଷ୍ୟ ପରେ 'ପୂର୍ବକ', 'ସହିତ' ଓ 'ସହକାରେ' ଅର୍ଥରେ ବ୍ୟବହୃତ —୩. With.

(ଯଥା—ମୁଁ ବଳ ପ୍ରକାଶ କରି ଘରେ ପଶିବି=ମୁଁ ବଳ— ପ୍ରକାଶପୂର୍ବକ ଘରେ ପଶିବି; ମୁଁ ଦମ୍ଭ କରି ଏ କଥା କହି ପାରେଁ= ମୁଁ ଦମ୍ଭ ସହକାରେ ଏ କଥା କହି ପାରେଁ)

୪: (ବିଶେଷଣ ବା ଅବ୍ୟୟ ସଙ୍ଗେ ଯୁକ୍ତ ହୋଇ) 'ଭାବରେ' 'ରୂପେ' ବା 'ପ୍ରକାରେ' — ୪. In this wise; in such a manner.

ଘେନିଲି ମୁଁ ଏତେ ସରି କରି—କବିସୂର୍ଯ୍ୟ. କିଶୋରୀ. ଚମ୍ପୂ. ସଂଗୀତ

(ୟଥ—ମୁଁ ଅନ୍ଧାରୁଆ କରି ତାକୁ ଧରିପକେଇଲି=ମୁଁ ଅନ୍ଧାରୁଆଭାବରେ ତାକୁ ଧରିପକାଇଲି)

୫: ଅସମାପିକାକ୍ରିୟା ସଙ୍ଗେ ଅତିରିକ୍ତଭାବରେ ଯୁକ୍ତ ହୋଇ ସେହି କ୍ରିୟାକୁ ଚିହ୍ନାଇ ଦିଏ — ୫. Redundantly used after the present participle of a verb.

ମୁରା ଲାଗି ଦେଖି କରି ସର୍ବେ ମୁକ୍ତ ହେଲୁ—ପୀତାମ୍ବର. ନୃସିଂହପୁରାଣ ନୋହିଲେ ମୁଁ ତୁମ୍ଭଙ୍କୁ ଆସି କରି ମଖ, ଦେଖାଇ ନାହିଁ ଆହେ ଜାଣ ନରଶିଖ—କୃଷ୍ଣସିଂହ, ମହାଭାରତ, ଦ୍ରୋଣ

[ଦ୍ର—ବଙ୍ଗଳାରେ କ୍ରିୟାର ଅସମାପିକାରୂପ ପରେ ଏହି 'କରି' ର ଆକାର 'କରେ'ର ଏହିପରି ବ୍ୟବହାର ନାହିଁ; କିନ୍ତୁ ଏ ଦେଶର ଉପନିବେଶୀ ବଙ୍ଗାଳିମାନେ ଓଡ଼ିଆଭାଷାର ଏହି 'କରେ' ବା 'କେରେ' ରୂପେ ବ୍ୟବହାର କରୁଥିବାରୁ ଓଡ଼ିଶାର ସ୍ଥାୟୀ ଅଧିବାସୀ ବଙ୍ଗାଳିଙ୍କୁ ଖାଣ୍ଟିବଙ୍ଗାଳିମାନେ ବିଦ୍ରୂପରେ 'କେରା' ବୋଲି ଡାକନ୍ତି]

ଦେ. ଅ —

୧: ରୂପେ; ସ୍ବରୂପେ —୧. As.

ପରଂବ୍ରହ୍ମ ପୁରୁଷ ଯେ ନିତ୍ୟ ନିରାକାର, ତାହାଙ୍କୁ ପାଳନ୍ତି ପୁତ୍ର କରି ବିପ୍ରବର—ପୀତାମ୍ବର, ନୃସିଂହପୁରାଣ

୨: (କି) ପରି; (କେଉଁ) ପ୍ରକାରେ — ୨. In (what) manner.

ତୁମ୍ଭେ ଛାର ବିପ୍ର ବୋଲେ ଆସିବେ କି କରି ପୀତାମ୍ବର. ନୃସିଂହପୁରାଣ

୩: ପରି —୩. Like.

(ଯଥା—ମତେ ତୁ କଅଣ ଚାଟଶାଳିଆ ଅବଧାନ କରି ପାଇଛୁ)

୪: ଦ୍ବାରା —୪. With.

ଶାଳଶିଳରେ କରି ଶାରଥି ଅଶ୍ବମରି ତା କରୁଁ ନେଲେ ଧନୁବାଣ ସେ ବିଶ୍ବନାଥ, ବିଚିତ୍ର ରାମାୟଣ

୫: (ସଂଖ୍ୟାବାଚକ ଦ୍ବିରୁକ୍ତ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ଥରକେ (ଏତେ) ସଂଖ୍ୟାରେ — ୫. In number; (so many) at a time.

ଲକ୍ଷ ଲକ୍ଷ କରି ଦୁହେଁ ବିନ୍ଧୁଛନ୍ତି ଶର ପୀତାମ୍ବର. ନୃସିଂହପୁରାଣ

୬: ଲେଖାଏଁ; ହାରରେ —୬. At the rate of.

(ଯଥା—ମତେ ସରକାରରୁ ମାସକୁ ଚାରି ଟଙ୍କା କରି ଦରମା ମିଳେ)

কারী करी

ବୈଦେ. ବି. (ଇଂ. କର୍ରୀ) —

୧: ତିଅଣ —୧. Curry .

୨: ମାଂସ ତରକାରୀ —୨. Curry of meat.