Jump to content

କରୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୀର
ଉଚ୍ଚାରଣ: Karīra
করেল; কলুকেরা करीर; करील ଗୁ. କେର ମ. କେରା; କରୀଲ୍

ସଂ. ବି (କୃ ଧାତୁ=ବିକ୍ଷେପ କରିବା+ସଂଜ୍ଞାର୍ଥେ. ଈରନ) —

୧: କରିର (ଦେଖ) ୧. Karira (See)

୨: ଏକ ପ୍ରକାର ବଡ଼ ପତ୍ରହୀନ କଣ୍ଟାଗଛ — ୨. The Caper bush; Capparis; Aphylla.

[ଦ୍ର—ଏ ଗଛ ମରୁଭୂମି, କଙ୍କରମୟ ଓ ବାଲିଆ ଭୂମିରେ ଜନ୍ମେ, ଏହା ଓଟମାନଙ୍କ ଖାଦ୍ୟ ଏହାର ଫଳ, ଚେର ଓ ଛେଲି କାଛୁ, କୁଣ୍ଡିଆ, ବଥ, ବ୍ରଣ, ଦାନ୍ତଧରା ପ୍ରଭୃତି ରୋଗର ଔଷଧ (Kirtikar) ]

[ଦ୍ର—ଏ ଗଛରେ ପତ୍ର ହୁଏ ନାହିଁ, କେବଳ ଗାଢ଼ା ହଳଦିଆ ରଙ୍ଗର ଗୁଡ଼ିଏ କଅଁଳ କଢ଼ା ହୁଏ ରାଜପୁତାନା ଓ ବୃନ୍ଦାବନରେ ଏ ଗଛରେ ଗୋଲାପୀ ରଙ୍ଗର ଫୁଲ ଧରେ ଫୁଲ ଝଡ଼ିଯିବା ପରେ ଗଛରେ ଗୋଲ ଗୋଲ ଫଳ ଧରେ ଏ ଫଳ କଷାଳିଆ ଓ ଏହା ଆଚାର କରାଯାଏ ଏ ଗଛର ମଞ୍ଜକାଠ ହାଲୁକା ଓ ମଜ୍ଭୂତ୍

ଏ ଗଛର ଛାଲରୁ ବାହାରିବା ତନ୍ତୁରେ ଦଉଡ଼ି ବଳାଯାଏ ବୈଦ୍ୟ— ଶାସ୍ତ୍ର ଅନୁସାରେ ଏଥିର ଫଳ ଗରମ, ରୁକ୍ଷ, ସ୍ବେଦୋତ୍ପାଦକ ଅଟେ; କଫ, ଶ୍ବାସ, ବାତ, ଶୂଳ, କୁଣ୍ଡିଆ, କାଛୁ ଓ ଆମ ଦୂର କରେ (ହି. ଶବ୍ଦସାଗର) ]