Jump to content

କରୁଣରସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରୁଣରସ
ଉଚ୍ଚାରଣ: Karuṇarasa

ସଂ. ବି. (କର୍ମଧା; କରୁଣ+ରସ) —

୧: ଯେଉଁ ବିଷୟ ଶୁଣିଲେ ବା ଦେଖିଲେ ବା ପଢ଼ିଲେ ମନରେ ଦୟାଭାବ ବା କରୁଣାର ଉଦୟ ହୁଏ (ରସ ତଳେ ନୋଟ୍ ଦେଖ) — ୧. Pathos in rhetoric; pathetic sentiment in literature.

[ଦ୍ର—ଅନ୍ୟର ଦୁଃଖ ବା କଷ୍ଟ ଅବଗତ ହୋଇ ଯେଉଁ ମନୋବିକାର ବା ସହାନୁଭୂତି ଜନ୍ମେ ତାହା କରୁଣରସ ଆପଣାର ପ୍ରିୟ ବନ୍ଧୁ ବା ଇଷ୍ଟ ମିତ୍ରର ବିଯୋଗରେ ଉତ୍ପନ୍ନ ହେବା ମନୋଭାବ ମଧ୍ୟ କରୁଣରସ ଏହା କାବ୍ୟର ନବରସ ମଧ୍ୟରୁ ଏକତମ; ବନ୍ଧୁ ବା ଇଷ୍ଟ ମିତ୍ରର ବିଯୋଗ ଏ ରସ୍ର ଆଲମ୍ବନଭାବ ଅଟେ; ମୃତ୍ୟୁ, ଦାହ, ବିଛେଦି ବ୍ୟକ୍ତି ବା କୌଣସି କ୍ଳିଷ୍ଟ ବ୍ୟକ୍ତିର ଦର୍ଶନ ବା ବିଷୟ ଶ୍ରବଣ ବା ପାଠ ଏ ରସର ଉଦ୍ଦୀପନ ଭାବ ଅଟେ; ଭାଗ୍ୟକୁ ନିନ୍ଦା , ଦୀର୍ଘ ଓ ଧୀରଶ୍ବାସ, କ୍ରନ୍ଦନ , କରତାଡ଼ନ, ଅଙ୍ଗତାଡ଼ନ ଆଦି ଏ ରସର ଅନୁଭାବ ଅଟେ ବରୁଣ ଏହି ରସର ଅଧିଷ୍ଠାତା—ହି. ଶବ୍ଦସାଗର ]

୨: ଆପଣାର ପ୍ରିୟ ବ୍ୟକ୍ତି ବା ଇଷ୍ଟ ବନ୍ଧୁର ବିରହ ଓ ମୃତ୍ୟୁ ଆଦି ଯୋଗୁଁ ମନରେ ଜନ୍ମିବା ବିକାର — ୨. Pathetic felling excited by separation from or death of one's beloved person.