କରୁଣା
କରୁଣା —
ଉଚ୍ଚାରଣ: Karuṇā
করুনা
करना
ଅନ୍ୟ ସଂ. ନାମ
ଜମ୍ଭୀର; ଦନ୍ତଶଠ
ସଂ. ବି. (କରୁଣ+ ସ୍ତ୍ରୀ. ଆ) —
୧: ଦୟା; କୃପା — ୧. Kindness; mercy.
୨: ଅନୁକମ୍ପା — ୨. Pity; tenderness; compassion.
ଦେ. ବି —
୧: (ସଂ. କରୁଣ)—ଲେମ୍ବୁଜାତୀୟ ଶଲ୍ଲକୀ ବୃକ୍ଷ ଓ ତହିଁର ଅମ୍ଳଫଳ — ୧. Lemon; Citrus Medica-variety Limonum (tree and its fruit)
ଜମ୍ଭୀଳ କରୁଣା, ନାରଙ୍ଗ ଗୁଆ—ପ୍ରାଚୀ ପ୍ରତାପ ଶଶିସେଣା
[ଦ୍ର—ଏ ଫଳର ରସ ଅମ୍ଳମଧୁର ଓ ଉଷ୍ନ; ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବାତ, ଆମଦୋଷ ଓ ମେଦୋରୋଗନାଶକ, ଏହା ଅଗ୍ନି ଓ ପିତ୍ତବୃଦ୍ଧିକର—(ଦ୍ରବ୍ୟଗୁଣ କଳ୍ପଦ୍ରୁମ) ଏ ଲେମ୍ବୁ ଅଣ୍ଡାକାର, ଭାରି ଖଟ୍ଟା ଓ ଏଥିର ଛାଲ ମୋଟା; ବଙ୍ଗଳାରେ ଏହାକୁ ଗୋଡ଼ା ଲେମ୍ବୁ କହନ୍ତି—(ଯୋଗେଶଚନ୍ଦ୍ର) ଏହା ଲମ୍ବାଅଶିଆ ବଡ଼ ଲେମ୍ବୁ, ଏହାକୁ ପୀହାଡ଼ୀ ଲେମ୍ବୁ କହନ୍ତି; ବୈଦ୍ୟକ ଅନୁସାରେ ଏହା କଫ ଓ ବାୟୁନାଶକ ଏବଂ ପିତ୍ତବର୍ଦ୍ଧକ—(ହି. ଶବ୍ଦସାଗର)
୨: ବାସନ୍ତୀପୁଷ୍ପବିଶେଷ — ୨. A kind of flower of the spring season.
ବାରେହାଦାଢ଼ କରୁଣା କୋକନଦ କୁରୁବକ ମୁଚକୁଦ—ପ୍ରାଚୀ ରହସ୍ୟମଞ୍ଜରୀ
୩: କରୁଣାକର ଡ଼ାକ ନାମ — ୩. Name for calling a person named Karuṇākara.
ଆରେ କରୁଣା! ନୂଆ ଦେଖି ପାସୋରିଲୁ ପୁରୁଣା—ଢଗ