କର୍କୋଟକ
ଦେଖଣା
କର୍କୋଟକ —
ଉଚ୍ଚାରଣ: Karkoṭaka
ସଂ. ବି. (କର୍କୋଟ+ସ୍ବାର୍ଥେ. କ) —
୧: କଟକଟିଆ ନାଗ — ୧. A kind of Indian snake emitting a rattling sound.
୨: ପୁରାଣୋକ୍ତ ଅଷ୍ଟନାଗ ମଧ୍ୟରୁ ଏକତମ — ୨. Name of mythological serpent.
[ଦ୍ର—ଏହାର ନାମ ସ୍ମରଣ କଲେ କଳିକାଳର ପାପ ନାଶ ହୁଏ 'ନଳଚରିତ'ରେ ଅଛି ଯେ ଏହି ନାଗ କଳି ସଙ୍ଗେ ନଳମହାରାଜାଙ୍କ ହେଦରେ ପ୍ରବେଶ କରି ତାଙ୍କୁ ବିରୂପ କରିଥିଲା]
୩: ବେଲଗଛ —୩. The bel tree; Marmelos (tree).
୪: ଆଖୁ —୪. Sugarcane.
୫: କାଙ୍କଡ଼ —୫. The edible fruit of a creeper; Memordica Cochinchinensis.
୬: ଫୁଟିକାକୁଡ଼ି ଲତା —୬. The melon creeper.