Jump to content

କର୍ଜନ୍ (ଲର୍ଡ଼)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଜନ୍ (ଲର୍ଡ଼)
ଉଚ୍ଚାରଣ: Karjan

ବୈଦେ. (ଇଂ) ବି. (ନାମ) —

ଭାରତର ବଡ଼ଲାଟ (୧୮୯୯: —୧୯୫: ) —George Nathaniel first Baron Curzon of Kedlest on a Viceroy of India.

[ଦ୍ର—ଏହାଙ୍କ ଜନ୍ମ ୧୮୫୯: ; ଏ ବିଲାତରେ ଯଥାକ୍ରମେ ଲର୍ଡ ସାଲିସ୍ବରୀଙ୍କ ପ୍ରାଇଭେଟ୍ ସେକ୍ରେଟେରୀ, ଭାରତର ଅଣ୍ଡର— ସେକ୍ରେଟେରୀ, ପରରାଷ୍ଟ୍ର ବିଭାଗର ଅଣ୍ଡର୍ ସେକ୍ରେଟେରୀ, ପାର୍ଲିଆ— ମେଣ୍ଟର ସଦସ୍ୟ ହୋଇଥିଲେ ଏ ଅତି ପ୍ରତିଭାଶାଳୀ ରାଜନୀତିଜ୍ଞ ଥିଲେ ଏ ମଧ୍ୟଆସିଆ, ପାରସ୍ୟ, ଆଫଗାନିସ୍ଥାନ, ଶ୍ୟାମ, କୋରିଆ ଆଦି ଭ୍ରମଣକରି କେତେକ ଭ୍ରମଣବୃତ୍ତାନ୍ତ ସଂବଳିତ ଗ୍ରନ୍ଥ ରଚନା କରିଥିଲେ ଏହାଙ୍କ ଅମଳରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଗଠିତ ହୋଇଥିଲା ଓ ସମ୍ରାଟ ଏଡ଼ବାର୍ଡ଼ଙ୍କ ଅଭିଷେକ ଉପଲକ୍ଷେରେ ୧୯୨: —୩:ରେ ଦିଲ୍ଲୀଠାରେ ମହା ସମାରୋହ ସହିତ ଉତ୍ସବ ହୋଇଥିଲା କଲିକତାରେ ଭିକ୍ଟୋରିୟା ମେମୋ—

ରିଅଲ୍ ହଲ୍ ନିର୍ମାଣାର୍ଥ ଏ ଧନ ସଂଗ୍ରହ କରିଥିଲେ ଏହାଙ୍କ ପରେ ଉକ୍ତ ସ୍ମୃତିମନ୍ଦିର ନିର୍ମିତ ହେଲା ଏହାଙ୍କ ଅମଳରେ ତିବ୍ବତକୁ ଅଭିୟାନ କରା ଯାଇ ତିବ୍ବତ ସଙ୍ଗେ ଭାରତ ସରକାରଙ୍କର ସନ୍ଧି ହୋଇଥିଲା ଏ ଭାରତର ଲୁପ୍ତପ୍ରାୟ ପ୍ରାଚୀନ କୀର୍ତ୍ତିମାନ ସଂରକ୍ଷଣାର୍ଥ ଆଇନ୍ କରିଥିଲେ ଏ ୧୯୪:ରେ ୮: ମାସ ଛୁଟି ନେଇ ବିଲାତ ଯାଇଥିଲେ ଓ ଫେରି ଆସି ୧୯୫: ପର୍ଯ୍ୟନ୍ତ ପୁଣି ବଡ଼ଲାଟ ହେଲେ ଏହାଙ୍କ ଅମଳରେ ବଙ୍ଗ ପ୍ରଦେଶକୁ ୨:ଟି ପ୍ରଦେଶରେ ବିଭକ୍ତ କରା ଯାଇଥିଲା ଓ ବିହାର—ଓଡ଼ିଶା ନାମକ ସ୍ବତନ୍ତ୍ର ପ୍ରଦେଶ ଗଠିତ ହେଲା ବିଲାତକୁ ଫେରିଯାଇ ସେ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡସ୍ରେ ସଭ୍ୟରୂପେ ଭୁକ୍ତ ହୋଇଥିଲେ; ମୃତ୍ୟୁ—୧୯୨୯: ]