Jump to content

କର୍ଣ୍ଣିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣିକା
ଉଚ୍ଚାରଣ: Karṇṇikā

ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) —

୧: କର୍ଣ୍ଣଭୂଷଣ — ୧. An ear-ring; an ornament for the ear.

୨: ହସ୍ତୀଶୁଣ୍ଡାଗ୍ରବର୍ତ୍ତୀ ଅଙ୍ଗୁଳି ଆକାର ଅଂଶ — ୨. The end of the elephant's trunk serving the purpose of the fingers of the human hand.

୩: ପଦ୍ମଫୁଲ ମଧ୍ୟସ୍ଥ ବୀଜକୋଷ — ୩. The seed-capsule or pericarp inside the lotus flower.

ଷୋଡ଼ଶେ ଅଷ୍ଟ ଷଷ୍ଠ ଦଳ କର୍ଣ୍ଣିକା କେଶର ଅମୂଲ୍ୟ—ଭୂପତି. ପ୍ରେମପଞ୍ଚାମୃତ

୪: ଲେଖନୀ —୪. Pen.

୫: ହାତର ମଧ୍ୟମାଙ୍ଗୁଳି — ୫. The middle finger of the hand.

୬: କୁଟ୍ଟିନୀ —୬. A go-between; a procureess.

୭: ଅଗ୍ନିମନ୍ଥ ବା ଗଣିଆରି ଗଛ; ଅଗବଥୁ ଗଛ — ୭. Premna Integrifolia (tree)