କର୍ଦ୍ଦନ
ଦେଖଣା
କର୍ଦ୍ଦନ —
ଉଚ୍ଚାରଣ: Karddana
ସଂ. ବି.—(କର୍ଦ୍ଦ ଧାତୁ+କୁତ୍ସିତ ଶଦ୍ଦ କରିବା+ଭାବ. ଅନ)
୧: ପେଟ ଡାକିବା; ଉଦରର ଶଦ୍ଦ; ପେଟ ଭିତରେ ଗଡ଼ଗଡ଼ ଶଦ୍ଦ —୧. Sound inside the belly.
୨: କୁତ୍ସିତରବ —୨. Repulsive sound.
୩: ଶିଶୁର ଶଦ୍ଦ —୩. Baddlings of a child.
୪: (+କର୍ତ୍ତୃ. ଅନ) କୁଆ —୪. Crow.
ଦେ. ବି. —
୧: ଦହଗଞ୍ଜ; କଷ୍ଟ — ୧. Harassment; trouble.
୨: ପୀଡ଼ା —୨. Oppression.
କେତେବେଳେ ଦଶନବାସେ ଚୁମ୍ବଦାନ, କେତେବେଳେ କର୍ଦ୍ଦନ କମ୍ପ ହୋଏ ଜଘନ ସେ ଦୀନକୃଷ୍ଣ. ରସକଲ୍ଲୋଳ