କର୍ମକର୍ତ୍ତୃବାଚ୍ଯ
ଦେଖଣା
କର୍ମକର୍ତ୍ତୃବାଚ୍ୟ —
ଉଚ୍ଚାରଣ: Karmakarttṛubāchya
ସଂ. ବି. (ବ୍ୟାକରଣ)
ବାଚ୍ୟବିଶେଷ; ଯେଉଁ ସ୍ଥଳରେ କର୍ମ କର୍ତ୍ତା ପରିକ୍ରିୟା ସଂପନ୍ନ କରେ — (grammer) The middle voice.
[ଦ୍ର—"କାଠଟା କଟିଲା" ଏ ବାକ୍ୟରେ କର୍ମସ୍ଥାନୀୟ ପଦ 'କାଠ' କର୍ତ୍ତୃପଦରୂପେ ବ୍ୟବହୃତ ହୋଇ ସ୍ବୟଂ କଟିଗଲା କ୍ରିୟା ସଂପନ୍ନ କରୁଅଛି ଏହିପରି"ରାମଙ୍କୁ ସଂସାର ଅନ୍ଧାର ଦିଶୁଛି" ଏ ବାକ୍ୟରେ ରାମ କର୍ତ୍ତା, ସଂସାର କର୍ମ; ମାତ୍ର କର୍ମପଦ ସଂସାର 'ଦିଶୁଛି' କ୍ରିୟା ପଦର କର୍ତ୍ତା ପରି ବ୍ୟବହୃତ ହୋଇ କାର୍ଯ୍ୟ ସାଧନ କରୁଅଛି ଏହି ବାଚ୍ୟର ସଂସ୍କୃତ ବ୍ୟାକରଣସିଦ୍ଧ ଶ୍ଳୋକ —
କ୍ରିୟମାଣଂତୁ ୟତ୍କର୍ମ ସ୍ବୟମେବ ପ୍ରସିଧ୍ୟତି, ସୁକରୈଃ ସ୍ବୌର୍ଗୁଣୈଃ କର୍ତ୍ତୃଃ କର୍ମକର୍ତ୍ତେତି ତଦ୍ ବିଦୁଃ