Jump to content

କର୍ମଯୋଗ

ଉଇକିଅଭିଧାନ‌ରୁ
(କର୍ମୟୋଗରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କର୍ମଯୋଗ
ଉଚ୍ଚାରଣ: Karmaj̄oga

ସଂ. ବି. (୭: ମୀ ତତ୍, କର୍ମନ୍+ଯୋଗ) —

୧: ଧର୍ମସାଧନାର୍ଥ ସାଂସାରିକ କାର୍ୟ୍ୟନିର୍ବାହ —୧. The performance of worldly functions considered as religious duties.

୨: ବେଦବିହତ କର୍ମସାଧନାରେ କୌଶଳ — ୨. Skill in the performance of Vedic rites.

୩: ଚିତ୍ତଶୁଦ୍ଧିଜନକ ବୈଦେକ କର୍ମ —୩. Vedic rites performed for purification of the mind.

୪: କର୍ମରୂପ ଯୋଗ ସାଧନ, ଅର୍ଥାତ୍ ଈଶ୍ବରପ୍ରାପ୍ତି ଉଦ୍ଦେଶ୍ୟରେ କର୍ମାବଲମ୍ବନ —୪. Doing acts for the attainment of Divine bliss.

୫: କାର୍ୟ୍ୟରେ ଲାଗିବା —୫. Active exertion.

୬: ପରିଶ୍ରମ —୬. Industry.

୭: ଅଦୃଷ୍ଟ; କପାଳ —୭. Fortune; luck.

[ଦ୍ର—ଭଗବଦ୍ଗୀତାର ୩: ୟ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କର୍ମଯୋଗ ସମ୍ବନ୍ଧେ ଉପଦାଶ ଦେଇ ଅଛନ୍ତି ତାହାର ମର୍ମ ଏହି କି, ମନୁଷ୍ୟ ସଂସାରରେ କର୍ମ ନ କଲେ ଶରୀରୟାତ୍ର ନିର୍ବାହ କରି ନ ପାରେ କିନ୍ତୁ ମୁକ୍ତସଙ୍ଗ, ନିଷ୍କାମ ଓ ଅଫଳାକାଂକ୍ଷୀ ହୋଇ ସମସ୍ତ କର୍ମକୁ ଭଗବାନଙ୍କଠାରେ ଅର୍ପଣ କରି କର୍ତ୍ତବ୍ୟସାଧନ ଓ ଲୋକଶିକ୍ଷାର୍ଥ କର୍ମ କରିବ ଏବଂ ଇନ୍ଦ୍ରୟମାନଙ୍କୁ ସଂୟତ କରି କାମ— କ୍ରୋଧାଦି ରିପୁମାନଙ୍କୁ ଦମନ କରିବ କର୍ମଯୋଗ ଦ୍ବି ବିଧି,—ସକାମ ଓ ନିଷ୍କାମ ନିଷ୍କାମ କର୍ମ ଆତ୍ମଜ୍ଞାନର କାରଣ ଓ ସକାମ କର୍ମ ବିଷୟ ଭୋଗରୁ କାରଣ; କିନ୍ତୁ ସଂସାରର ପ୍ରତ୍ଯେକ ଲୋକକୁ ପ୍ରଥମେ କାମନାଯୁକ୍ତ ହୋଇ ଦେବଦେବିଙ୍କର ଅର୍ଚ୍ଚନା କରିବାକୁ ପଡ଼େ; ଏହିପରି କର୍ମଯୋଗରେ ଚିତ୍ତଶୁଦ୍ଧି ହେଉ ଆଉ କାମନା ରହେ ନାହିଁ ତା ପରେ ମାନବ ଆତ୍ମଜ୍ଞାନର ସାଧକ ନିଷ୍କାମ କର୍ମଯୋଗରେ ପ୍ରବୃତ୍ତ ହୁଏ ଏବଂ କ୍ରମେ ସେହି ପଥରେ ଜ୍ଞାନଲାଭ କରି ଜ୍ଞାନ— ବଳରେ ବ୍ରହ୍ମସାକ୍ଷାତ୍କାର ପର୍ଯ୍ୟନ୍ତ ଲାଭ କରି ପାରେ ଏଥିପାଇଁ ଆର୍ୟ୍ୟଧର୍ମଶାସ୍ତ୍ରରେ କର୍ମଯୋଗର ପ୍ରାଧାନ୍ୟ ବର୍ଣ୍ଣୀତ ହୋଇଅଛି]