କଲମା
ଦେଖଣା
କଲମା —
ଉଚ୍ଚାରଣ: Kalamā
ବୈଦେ. (ଆରବୀ) ବି —
କଲ୍ମା (ଦେଖ) Kalmā (See)
ଦେ. ବି (ସଂ. କଲମ; ଏହା କଲମ ପରି ସରୁ ଥିବାରୁ) —
କଲୀ ବା ଅଗକୁ ବଙ୍କା କରି କାନର ପାଖ ଗାଲରେ ସଜ୍ଜିତ ସ୍ତ୍ରୀମାନଙ୍କ ଚୂର୍ଣ୍ଣକୁନ୍ତଳ —Rings of hair done into curves by ladies on the cheeks by the side of the ears.
ଗଣ୍ଡୟୁଗ ଚୁମ୍ବି ଭଲ ମାନିଲା ସେ ରଲମା ୟୁଗଳୀ ଶିରୀ କବିର୍ୟସ୍ୟୂ. ଚନ୍ଦ୍ରକଳା
ଦେ. ବିଣ —
୧: କଲୀ ବା ଅଗକୁ ବଙ୍କା କରି ସଜା ଯାଇଥିବା (କାନି ପାଖର ଚୂର୍ଣ୍ଣକୁନ୍ତଳ) — ୧. (hair) Arranged like a hook below the temples.
ଚାହିଁ ଆଦରଶେ ଗୁଳି ପାଶୀ ପାଶେ କଲମା କୁନ୍ତଳ ବୁଲାଇ କବିସୂର୍ଯ୍ୟ. ଚନ୍ଦ୍ର କଳା
୨: କଲମ କରାଯାଇଥିବା (ଗଛ) — ୨. (tree) Grafted; produced by the process of grafting.