କଲରା
କଲରା —
ଉଚ୍ଚାରଣ: Kalarā
ସଂ. ପର୍ୟ୍ୟାୟ—
କାରବେଲ୍ଲ, କଠିଲ୍ଲ,
ଚିରିତପତ୍ର, ପୀତପୁଷ୍ପ
করলা; উছে
करेली; करेला
ତେ: କାକରଚେଟ୍ଟୁ,
କରିଲ୍ଲା
ଫା. କରେଲାହ୍
ଦେ. ବି. (ସଂ. କାରବେଲ୍ଲ) —
୧: କୃଷିଜାତ ଲତା ଓ ତହିଁର ତିକ୍ତ ଖାଦ୍ୟଫଳ —୧. A creeper producing edible bitter fruits; Hairy Memordica; Memordica Charantia.
[ଦ୍ର—ଏହା କୁଷ୍ମାଣ୍ଡାଦି ବର୍ଗର ପ୍ରତାନୀ, ଏଥିର ଫୁଲ ହଳଦିଆ ଓ ଛୋଟଛୋଟ; ଏଥିର ଫଳ ତିକ୍କ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତବୀର୍ୟ୍ୟ, ଭେଦକ, ଲଘୁ ଓ ତିକ୍ତ— ରସ; ଏହା ଜ୍ବର, ପିତ୍ତ, କଫ, ରକ୍ତପାଣ୍ଡୁ, ମେହ ଓ କୃମିନାଶକ; ଏହାର ପତ୍ରକୁ ଛେଚି କାମୁଡ଼ା ଘାଆ ଆଦିରେ ଲଗାଇଲେ ଉପକାର ହୁଏ ଏକ ପ୍ରକାର ବଡ଼ କଲରାକୁ ସଲରା କହନ୍ତି ଛୋଟ ଗୋଲ କଲରାକୁ ଟୁଷି— କଲରା (ସଂ. କାରବେଲ୍ଲୀ) କହନ୍ତି ବଡ଼ କଲରା ଠାରୁ ଛୋଟ କଲରା ଅଧିକତର ଲଘୁପାତ ଓ ଅଗ୍ନିଦୀପକ]
୨: ଏକ ପ୍ରକାର କୃଷ୍ଣଜୀରା—(ହରେକୃଷ୍ଣ ମିଶ୍ର. ଦ୍ରବ୍ୟଗୁଣ) ୨. A kind of blac cumin-seed.
কলেরা
हैजा
ବୈଦେ. (ଇଂ) ବି. (ଇଂ. କଲେରା) —
ହଇଜା; ବିସୂଚିକା — Cholera.