କଲି
କଲି —
ଉଚ୍ଚାରଣ: Kali
কলিচূন
चूनेकिबरी
কলী
कली
ଦେ. ବି —
୧: (ଆ. କଲଇ=ଲେପନ; ଏହା କାନ୍ଥରେ ଲିପା ହେବାରୁ) —
କଲିଚୁନ; ସିପଚୁନ —୧. Slaked shell- lime; quicklime.
୨: (ସଂ. କଳି=କୋମଳପତ୍ର; ଏହାର ଆକାର କୋମଳ ପତ୍ରପରି)—କୁର୍ତ୍ତାର କାଖ ଓ ପକେଟ ପାଖରେ ଦିଆଯିବା ତ୍ରିକୋଣ ବା ଚତୁଷ୍କୋଣବିଶିଷ୍ଟ ପୃଥକ୍ ବସ୍ତ୍ରଖଣ୍ଡ —୨. Rhombus or triangle-shaped bit of cloth sewn to the corners of coats.
୩: (ସଂ. କଳି=ମଞ୍ଜରୀ) ଗଞ୍ଜେଇ ଗଛର ଗଜା ବା ଶୁଷ୍କ— ମଞ୍ଜରୀ —୩. The tender dired shoots of Cannabis Indica or Indian hemp.
୪: ନହମଞ୍ଜରୀ; ଗଜା —୪. Tender shoots.
୫: କଳିକା; କଢ଼ —୫. Bud.
ଫୁଟିବ ଫୁଲ—କଲି ଫୁଲ କାନନେ ରାଧାନାଥ—ମେଘଦୂତ
୬: ଚନ୍ଦନ, କଳା, ସିନ୍ଦୁର, କସ୍ତୁରୀ ଆଦିର ସୂକ୍ଷ୍ମାଗ୍ର ଚିତା ବା ତିଳକବିଶେଷ —୬. A sandal-paste mark on the brow tapering to a point.
ଅଖିଳ ଜନନୀ ନାସା ମୁଗ ମଦ କଲିଟି କବିସୂର୍ଯ୍ୟ ସଙ୍ଗୀତ
୭: କ୍ରମଶଃ ସରୁ ହୋଇ ସୂଚ୍ୟଗ୍ର ହେବା ବସ୍ତୁ — ୭. Things generally tapering to a point.
୮: କେଶଭଙ୍ଗୀବିଶେଷ — ୮. A coiffure arranged by making tapering locks.
୯: କଥାରେ ଲଗାଇବା ଉପକଥା — ୯. Addition to an original oral statement.
୧: କଥାର ଭଙ୍ଗୀ ବା ଛଇ; ଶ୍ଲେଷାର୍ଥଯୁକ୍ତ କଥା — ୧୦. Witty talk; pun.