Jump to content

କଲେରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲେରା
ଉଚ୍ଚାରଣ: Kalerā
কলেরা हैजा

ବୈଦେ. (ଇଂ.) ବି —

ଝାଡ଼ାବାନ୍ତି; ଓଲାଉଠା; ବିସୂଚିକା — Cholera.

[ଦ୍ର—ଏହା ଭାରତର ପ୍ରାଚୀନ ରୋଗ ନୁହେ ଏହା ପ୍ରାୟ ୪/୫: ବର୍ଷ ତଳେ ଭାରତର ପ୍ରଥମେ ଦେଖା ଯାଏ ଏ ରୋଗ ପ୍ରଥମେ କାଲିକଟରେ ଖ୍ରୀ. ୧୫୫: ରେ, ଗୋଆ ଆଦି ସ୍ଥାନରେ ଖ୍ରୀ. ୧୫୪୩: —୧୫୮୯: ରେ, ବଟେଭିଆରେ ଖ୍ରୀ. ୧୬୨୯: ରେ, ମାନ୍ଦ୍ରାଜରେ ଖ୍ରୀ. ୧୭୮୨: ରେ, କରମଣ୍ଡଳ ଉପକୂଳରେ ଖ୍ରୀ.୧୭୯୬: ରେ, ପଞ୍ଜାବ ଓ ବଙ୍ଗରେ ଖ୍ରୀ.୧୮୧୧: —୧୮୧୭: ରେ, ରୁଷିଆରେ ଖ୍ରୀ. ୧୮୨୩: ରେ, ଗ୍ରେଟ୍ବିଟେନ୍ରେ ୧୮୩୧: ରେ,

ଉତ୍ତର ଆମେରିକାରେ ଖ୍ରୀ.୧୮୩୨:ରେ ଦେଖା ଦେଇ ତତ୍ବରେ ପୃଥିବୀ ତମାମ୍ ବ୍ୟାପିଲା କଲେରା ରୋଗୀର ମଳ ଓ ବାନ୍ତି ବିଷାକ୍ତ, ଏହା ଏକ ଦିନ ପରେ ବିଷାକ୍ତ ହୋଇ ପାଞ୍ଚ ଦିନ ପର୍ଯ୍ୟନ୍ତ ରହେ; ପାଞ୍ଚ ଦିନ ପରେ ଏହା ବିଷହୀନ ହୁଏ ଏହାର କୀଟାଣୁ ପାଣିରେ ମିଶି ପେଟକୁ ଗଲେ ଏହା ଅନ୍ୟବ୍ୟକ୍ତିକୁ ଆକ୍ରମଣ କରେ ରୋଗର ଲକ୍ଷଣ—ପଖାଳ ଭାତର ତୋଡ଼ାଣି ବା ପାଣିକଖାରୁରୁ ବୋହିବା ପାଣି ପରି ଝାଡ଼ା ଓ ବାନ୍ତିର ବର୍ଣ୍ଣ ହୁଏ; ହାତଗୋଡ଼ର ଶକ୍ତି ବନ୍ଦ ହୋଇଯାଏ ଓ ଘୋଳାବିନ୍ଧା (ଶିରୋମଇ) ହୁଏ ରୋଗୀର ପରସ୍ରା ବନ୍ଦ ହୋଇଯାଏ ରୋଗୀର ହିମାଙ୍ଗ, ଶୀତଳ ଘର୍ମ, ସନ୍ନିପାତ (collapse),ଦେହର ଆଭ୍ୟନ୍ତରିକ ଜ୍ବାଳା, ପିପାସା ଓ ସ୍ବରଭଙ୍ଗ ଲକ୍ଷିତ ହୁଏ; ଚକ୍ଷୁ କୋଟରଗତ, ହସ୍ତ ପଦ ଚର୍ମ କୁଞ୍ଚିତ ଓ ନୀଳବର୍ଣ୍ଣ ଦେଖାଯାଏ—ଚନ୍ଦ୍ରଶେଖରକାଲୀ—ବୃହତ୍ ଓଲାଉଠା ସଂହିତା ବଙ୍ଗଳା ଗ୍ରନ୍ଥ]