କଲ୍ମା
ଦେଖଣା
କଲ୍ମା —
ଉଚ୍ଚାରଣ: Kalmā
কলমা
कलमा
ବୈଦେ. (ଆରବୀ; କଲ୍ମାର ଆକ୍ଷରିକ ଅର୍ଥ—ବାକ୍ୟ) ବି —
ମୁସଲମାନମାନଙ୍କ ଧର୍ମଶାସ୍ତ୍ର କୋରାନ୍ର ଯେଉଁ ଅଂଶରେ ଈଶ୍ବର ଏକ ବୋଲି ପ୍ରତିପାଦିତ ହୋଇଅଛି — That part of the Koran which proclaims that there is only one God.
[ଦ୍ର—ଏହା ମୁସଲମାନ୍ ମୂଳମନ୍ତ୍ର ବା ଇଷ୍ଟ ବାକ୍ୟ ପ୍ରତ୍ଯେକ ମୁସଲମାନ୍ ଉପାସନା ବେଳେ ଏହା ବୋଲନ୍ତି; ଏହା "ଲା ଇଲାହ୍ ଇଲ୍ଲିଲ୍ଲାହ୍, ମହମ୍ମଦ୍ଉର୍ ରସୂଲିଲ୍ଲାହ୍"=ଈଶ୍ବର ଏକ, ମହମ୍ମଦ୍ ତାଙ୍କର ଦୂତ ଅନ୍ୟ ଧର୍ମାଲମ୍ବୀ ବ୍ୟକ୍ତିମାନେ ମୁସଲମାନ୍ ଧର୍ମ ଗ୍ରହଣ କଲେ ପ୍ରଥମେ କଲମା ଉଚାରଣ କରନ୍ତି]